banner
Breaking

ନଵୀନଙ୍କ ଲୋକପ୍ରିୟତାର ପ୍ରମାଣ ବିଜେପୁର। ରୀତା ସାହୁ ଭାଙ୍ଗିବେ ରେକର୍ଡ।

0

ବରଗଡ଼ ,୨୪।୧୦(ଓଡ଼ିଆ ନ୍ୟୁଜ):ବିଜେଡି ନେତ୍ରୀ ରୀତା ସାହୁ ସମସ୍ତଙ୍କ ରେକର୍ଡ ଭାଙ୍ଗିବେ। ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପଦ୍ମପୁର ଆରଏମ୍‌ସି ଗୋଦାମ ପରିସରରେ ଚାଲିଥିବା ଗଣତିର ୧୧ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ୫୬.୧୨୬ ଭୋଟରେ ଆଗୁଆ ଅଛନ୍ତି। ରୀତାଙ୍କୁ ୭୭.୩୫୯ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ସନତ ଗଡତିଆଙ୍କୁ ୨୭.୨୩୩ ଭୋଟ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲ୍ଲିପ ପଣ୍ଡା ୩୦୭୪ ଭୋଟ ଯାଇଥିବା ଜଣାପଡ଼ିଛି। ଆହୁରି ୧୦ ରାଉଣ୍ଡ ଗଣତି ବାକି ଥିଲାବେଳେ ରୀତା ସାହୁ ସମସ୍ତଙ୍କ ଜିତିବା ରେକର୍ଡ ଭାଙ୍ଗିଦେବାର ସମ୍ଭାବନା ଅଛି।

Khansweb Solution Bhubaneswar

Leave A Reply

Your email address will not be published.