banner
Breaking

ଆଜି ପ୍ରାର୍ଥୀପତ୍ର ଯାଞ୍ଚ

0

ପଦ୍ମପୁର,୧୮।୧୧(ଓଡ଼ିଆ ନ୍ୟୁଜ): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏହାକୁ ନେଇ ପାଇଁ ଏବେ ରାଜନୀତି ସରଗରମ ରହିଛି। ଗୁରୁବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବା ବେଳେ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ହେବ। ଗୁରୁବାର ଥିଲା ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ। ଅନ୍ତିମ ଦିବସରେ ୧୩ଜଣ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରେ ୫ଜଣ ଦଳୀୟ ଥିବାବେଳେ ଅନ୍ୟ ୮ଜଣ ସ୍ବାଧୀନ ପ୍ରାର୍ଥୀ। ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡ଼ିର ବର୍ଷାସିଂ ବରିହା, ଭାଜପାର ପ୍ରଦୀପ ପୁରୋହିତ, କଂଗ୍ରେସର ସତ୍ୟଭୂଷଣ ସାହୁ, ଓଜେପିର ମୁକ୍ତେଶ୍ୱର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବ । ସେହିପରି ସ୍ବାଧୀନ ପ୍ରାର୍ଥୀଭାବେ ଜୟନ୍ତ ଥପା, ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିଦ ବନ୍ଦିଆ, ଦେବାର୍ଚ୍ଚନ ନାୟକ, ଗଙ୍ଗାଧର ଶାହା ଏବଂ ଦେବବ୍ରତ ସୁନାନୀ ନାମାଙ୍କନ ଭରିଥିଲେ ।
ପ୍ରକାଶ ଥାଉକି ଗତ ୧୦ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ କେହି ଦାଖଲ କରି ନ ଥିଲେ। ପ୍ରଧାନମନ୍ତ୍ରୀ ଫସଲବୀମା ସହାୟତା, ଇନପୁଟ୍‌ ସବ୍‌ସିଡ଼ି ଦାବିରେ ପଦ୍ମପୁର ଉପଜିଲାପାଳ ତଥା ଉପନିର୍ବାଚନର ରିଟର୍ନିଂ ଅଫିସରଙ୍କ ଅଫିସ ସମ୍ମୁଖରେ ରାଜବୋଡ଼ାସମ୍ବର କୃଷକ ସଂଗଠନ ନେତୃତ୍ୱରେ ଧାରଣାରତ ଚାଷୀମାନେ ବୀମା ଏବଂ ଇନପୁଟ୍‌ ସବସିଡ଼ି ସହାୟତା ନ ମିଳିବା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ନ କରିବାକୁ ନିବେଦନ କରିବା ଫଳରେ ନାମାଙ୍କନ ଦାଖଲ ସବୁଦଳ ପାଇଁ ଅଡ଼ୁଆ ସାଜିଥିଲା। ଗତ ୧୪ତାରିଖ ୨କେନ୍ଦ୍ରମନ୍ତ୍ରୀ ଏବଂ ଅନ୍ୟ ନେତୃବୃନ୍ଦଙ୍କ ସହ ଏକ ବିଶାଳ ପଟୁଆରରେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ ପାଇଁ ବାହାରିଥିଲେ। ମାତ୍ର ରିଟର୍ନିଂ ଅଫିସର ତ୍ରିଲୋଚନ ପାତ୍ରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଚାଷୀଙ୍କୁ ସମ୍ମାନ ଜଣା ନାମାଙ୍କନ ଦାଖଲ ନ କରି ଫେରି ଯାଇଥିବା ପ୍ରଦୀପ କହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.