banner
Breaking

ପୌର ନିର୍ବାଚନ ପାଇଁ ଆସିଲା ନିୟମ, ଓବିସି ସ°ରକ୍ଷଣ ରହିବ ନାହିଁ

0

ଭୁବନେଶ୍ୱର,୩ା୧(ବ୍ୟୁରୋ): ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓ୍ବାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସବୁ ମ୍ୟୁନିସିପାଲ କମିଶନର ଓ ଜିଲାପାଳଙ୍କୁ ଚିଠି ଲେଖି ପୌର ନିର୍ଦ୍ଦେଶକ କହିଛନ୍ତି।

୨୦୧୧ ଜନଗଣନା ଅନୁଯାୟୀ, ୫ ମହାନଗର ନିଗମ ଓ ୧୦୭ ପୌରାଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ ହେବ। ଅଣସିଡ୍ୟୁଲ ଅଞ୍ଚଳରେ ଓବିସି ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ। ଜାନୁୟାରୀ ୫ ସୁଦ୍ଧା ମହାନଗର ନିଗମ ସୀମା ପୁନଃ ନିର୍ଦ୍ଧାରଣ ତାଲିକା ଆସିବ। ଜାନୁୟାରୀ ୭ ସୁଦ୍ଧା ପ୍ରକାଶ ପାଇବ ଚିଠା ତାଲିକା । ମ୍ୟୁନିସିପାଲିଟି, ଏନ୍‌ଏସି ପାଇଁ ଆଜିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜାନୁୟାରୀ ୧୨  ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି। ଜାନୁୟାରୀ ୧୩ରେ ପୁନଃ ସୀମା ନିର୍ଦ୍ଧାରଣ ବିଜ୍ଞପ୍ତି ପ୍ରକାଶ ପାଇବ।

Khansweb Solution Bhubaneswar

Leave A Reply

Your email address will not be published.