banner
Breaking

ସରିଲା ପିପିଲି ଉପନିର୍ବାଚନ।

0

ଭୁବନେଶ୍ୱର,୩୦।୯: ବହୁ ବାଧାବିଘ୍ନ ପରେ ସରିଲା ପିପିଲି ନିର୍ବାଚନ। ଇଭିଏମରେ ସିଲ୍ ହୋଇଛି ନେତାଙ୍କ ଭାଗ୍ୟ।
ପିପିଲି ଉପନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ଓ ଏହା ପରେ ଯେଉଁମାନେ ଲାଇନରେ ଥିବେ ସେମାନଙ୍କୁ ପୋଲିଂ ଅଫିସର ଟୋକନ ଦେବେ। ଲାଇନରେ ଥିବା ମତଦାତା ମତଦାନ କରିପାରିବେ। ତେବେ ହରିଦାସପୁର ପଞ୍ଚାୟତ ୨୩ ନମ୍ବର ଜୋନ ଟଙ୍କା ବଣ୍ଟାଯିବା ଘଟଣାର ଅଭିଯୋଗ ହୋଇଛି। ଏ ନେଇ ଘଟଣାର ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ସୂଚନା ଅନୁସାରେ, ପିପିଲି ଉପର୍ନିବାଚନ ପାଇଁ ଆଜି କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ପିପିଲି ବ୍ଲକର ସମୁଦାୟ ୧୯୯ଟି ବୁଥ ଓ ଡେଲାଙ୍ଗ ବ୍ଲକର ୧୪୯ଟି ବୁଥରେ ମତଦାନ ହୋଇଛି। ୧,୧୯,୨୦୬ ପୁରୁଷ ଭୋଟର ଓ ୧,୧୦,୭୯୦ ମହିଳା ଭୋଟର ମତଦାନ କରିଥିବା ସୂଚନା ମିଳିଛି

Khansweb Solution Bhubaneswar

Leave A Reply

Your email address will not be published.