banner
Breaking

ମେ ୧୨ ରୁ ୧୫ ଭିତରେ ହୋଇପାରେ ପିପିଲି ନିର୍ବାଚନ।

0

ପିପିଲି ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଆସନ୍ତା ୧୭ରେ ନିର୍ବାଚନ ସ୍ଥଗିତ ରହିବା ସ୍ପଷ୍ଟ ହୋଇଛି। ନିୟମାନୁଯାୟୀ, ଜନପ୍ରତିନିଧି ଆଇନ-୧୯୫୨ର ଧାରା(୧)(ଗ) ଅନୁଯାୟୀ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଯଦି ଭୋଟ ଗ୍ରହଣ ପୂର୍ବରୁ ମୃତ୍ୟୁ ହୁଏ, ତା’ହେଲେ ରିଟର୍ଣ୍ଣିଂ ଅଫିସର ସମ୍ପୃକ୍ତ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିବା ସହ ଭୋଟଗ୍ରହଣ ସ୍ଥଗିତ ରଖିବେ। ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ସହ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେବେ।ଅନ୍ୟପକ୍ଷରେ ଜନପ୍ରତିନିଧି ଆଇନ-୧୯୫୨ର ଉପଧାରା-୧ ଅନୁଯାୟୀ ରିଟର୍ଣ୍ଣିଂ ଅଫିସରଙ୍କଠୁ ରିପୋର୍ଟ ପାଇବା ପରେ ୭ ଦିନ ମଧ୍ୟରେ ସମ୍ପୃକ୍ତ ଦଳର ଆଉ ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନୋଟିସ୍ ଜାରି କରିବେ। ପୂର୍ବ ପ୍ରାର୍ଥୀଙ୍କ କ୍ଷେତ୍ରରେ ଯେଉଁ ସବୁ ବ୍ୟବସ୍ଥା ଓ ପ୍ରକ୍ରିୟା ଗ୍ରହଣ କରାଯାଇଥିବା, ନୂଆ ପ୍ରାର୍ଥୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ବ୍ୟବସ୍ଥା ଓ ପ୍ରକ୍ରିୟା ଗ୍ରହଣ କରାଯିବ। ତେବେ ଏହି ବ୍ୟବସ୍ଥା ଅନୁଯାୟୀ ପିପିଲି ଉପନିର୍ବାଚନ ଆସନ୍ତା ମେ’ ମାସ ୧୨ରୁ ୧୫ ମଧ୍ୟରେ ହେବାର ସମ୍ଭାବନା ରହିଛି।

Khansweb Solution Bhubaneswar

Leave A Reply

Your email address will not be published.