banner
Breaking

ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ।

0

ପିପିଲି: ପିପିଲି ଉପନିର୍ବାଚନକୁ ଆଉ ମାତ୍ର ୭ ଦିନ ବାକି। ଇତିମଧ୍ୟରେ ପିପିଲି ବ୍ଲକ ଓ ଏନ୍‍ଏସିର ୩୬୧ ଜଣ ୮୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ଦିବ୍ୟାଙ୍ଗ ବ୍ୟକ୍ତି ପୋଷ୍ଟାଲ ବାଲଟ ମାଧ୍ୟମରେ ଘରେ ମତଦାନ କରିଛନ୍ତି। ପିପିଲି ବ୍ଲକର ୨୫ଟି ପଞ୍ଚାୟତ ଓ ଏନ୍‍ଏସିରେ ଏହି ବର୍ଗରେ ଥିବା ୩୬୫ଜଣ ଭୋଟର ପୋଷ୍ଟାଲ ବାଲଟ୍‍ରେ ଭୋଟ୍‍ ଦେବାକୁ ସମ୍ମତି ଜଣାଇଥିଲେ। ରିଟର୍ଣ୍ଣିଂ ଅଫିସରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ୬ ତାରିଖରୁ ୧୦ ତାରିଖ ପର୍ୟ୍ୟନ୍ତ ୩ଟି ପୁଲିଂ ଟିମ୍‍ ସେମାନଙ୍କ ଘରକୁ ଯାଇ ଭୋଟିଂ କରାଇଥିଲେ। ପୋଷ୍ଟାଲ ବାଲଟ୍‍ରେ ଭୋଟ୍‍ ଦେବାକୁ ସମ୍ମତି ଜଣାଇଥିବା ୨୯୫ ଜଣ ବୟସ୍କ ଭୋଟର ମଧ୍ୟରୁ ୨୯୧ ବୟସ୍କ ଭୋଟର ଓ ସମସ୍ତ ୭୦ ଦିବ୍ୟାଙ୍ଗ ଭୋଟର ମତଦାନ କରିଛନ୍ତି।
୩ଜଣ ବୟସ୍କ ଭୋଟରଙ୍କର ଇତିମଧ୍ୟରେ ପରଲୋକ ହୋଇଯାଇଛି। ଜଣେ ବୟସ୍କ ଭୋଟର ଅନୁପସ୍ଥିତ ଥିବା ସଂପର୍କରେ ଜିପିଇଓ ଗାୟତ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ବିଡିଓ ରଶ୍ମିତା ନାଥଙ୍କ ସମେତ ପ୍ରତ୍ୟେକ ଅଞ୍ଚଳର ସେକ୍ଟର ଅଫିସର, ବିଏଲ୍‍ଓଙ୍କ ଉପସ୍ଥିତିରେ ଏହି ମତଦାନ କରାଯାଇଥିଲା। ବ୍ଲକ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ନାଥ ଦାଶ, ଜିପିଇଓ ଶ୍ରୀମତୀ ପଣ୍ଡା, ସେକ୍ଟର ଅଫିସର ହରିଶ୍ଚନ୍ଦ୍ର ପତି ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.