banner
Breaking

କ°ଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ କରୋନା।

0

ଭୁବନେଶ୍ୱର,୧୦।୪(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ। ଏନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ବନ୍ଧୁଗଣ, ମୁଁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି। ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି ଦଳ କିପରି ଭଲ ପ୍ରଦର୍ଶନ କରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ, ଆପଣମାନଙ୍କ ଭଲପାଇବା ସହିତ ଜଲଦି ଫେରିବି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ପିପିଲିର ବିଜେଡିଗଡ଼କୁ ଦଖଲ କରିବା ଲାଗି ବିରୋଧୀ ଭାଜପା ଓ କଂଗ୍ରେସ ପକ୍ଷରୁ ଗାଁ ଗାଁ ବୁଲି ପ୍ରଚାର କରାଯାଉଛି। ବିଜେଡି ପ୍ରାର୍ଥୀ ତଥା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ସୁପୁତ୍ର ରୁଦ୍ର ପ୍ରତାପ, ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, କଂଗ୍ରେସର ଅଜିତ ମଙ୍ଗରାଜଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଅଜିତ ଡେଲାଙ୍ଗ ଅଞ୍ଚଳର ଚାଇଁପୁର, ଗଡମୋଟରି ସମେତ ବିଭିନ୍ନ ପଞ୍ଚାୟତ, ଗାଁ ବୁଲି ଭୋଟ ଭିକ୍ଷା କରୁଥିଲେ। ହେଲେ ଏବେ ସେ କରୋନାରେ ପୀଡ଼ିତ ହେବା ପରେ କଂଗ୍ରେସ ମଇଦାନରୁ ଅଘୋଷିତ ସନ୍ୟାସ ନେଇଥିବା ନେଇ ଚର୍ଚ୍ଚା ହେଉଛି।

Khansweb Solution Bhubaneswar

Leave A Reply

Your email address will not be published.