banner
Breaking

ପ୍ରାର୍ଥୀପତ୍ର ଦାଖଲକଲେ କ°ଗ୍ରେସ ପ୍ରାର୍ଥୀ ବିଶ୍ବକେଶନ।

0

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ଲାଗି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମଙ୍ଗଳପୁର ବ୍ଲକ କଂଗ୍ରେସ କାର୍ଯ୍ୟାଳୟରୁ ବିଶ୍ୱକେଶନ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ଥିଲେ। ପୁରୀ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ସମୟରେ ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ, ବିଧାୟକ ସୁରେଶ ରାଉତରାୟଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ହେବାର ଥିଲା। ହେଲେ ୧୪ ତାରିଖରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତଙ୍କ ଦେହାନ୍ତ ପରେ ନିର୍ବାଚନ କମିଶନ ସାନି ନିର୍ବାଚନ ତାରିଖ ଘୋଷଣା କରିଥିଲେ। ମେ ୧୩ ତାରିଖରେ ଭୋଟ ହେବା ଲାଗି ତାରିଖ ସ୍ଥିର ହୋଇଥିଲା। ହେଲେ ପୁଣି ନିର୍ବାଚନ କମିଶନ ମେ ୧୬ରେ ପିପିଲି ଉପନିର୍ବାଚନ ଲାଗି ତାରିଖ ସ୍ଥିର କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.