banner
Breaking

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ସ°ରକ୍ଷଣ ତାଲିକା

0

ଭୁବନେଶ୍ୱର,୭।୧(ବ୍ୟୁରୋ)- ପୌର ନିର୍ବାଚନ ପାଇଁ ଓ୍ବାର୍ଡ ପୁନର୍ଗଗଠନ ଓ ଆସନ ସଂରକ୍ଷଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମର ୬୭, କଟକର ୫୯ ଏବଂ ବ୍ରହ୍ମପୁର ମହନଗର ନିଗମର ୪୨ଟି ଓ୍ବାର୍ଡର ସୀମା ନିର୍ଦ୍ଧାରଣ ଓ ୫୦ % ଆସନ ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ ଏ ନେଇ ଆପତ୍ତି ଅଭିଯୋଗର ଶୁଣାଣି କରାଯିବ। ଆସନ୍ତା ୧୬ ତାରିଖରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ।

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଭୁବନେଶ୍ୱର ମହାନଗର ନିଗମର ୩୮ଟି, କଟକର ୩୩ ଏବଂ ବ୍ରହ୍ମପୁର ମହାନଗର ନିଗମର ୨୩ ଆସନ ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି ଓ ମହିଳାମାନଙ୍କ ଲାଗି ସଂରକ୍ଷିତ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.