banner
Breaking

ଆଜି ଆସିବ ୫ ରାଜ୍ୟର ନିର୍ବାଚନ ଫଳାଫଳ

0

ନୂଆଦିଲ୍ଲୀ,୧୦ ।୩: ଶେଷ ହେଲା ଅପେକ୍ଷା । ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ଆସିବାକୁ ଯାଉଛି । ଆଉ ମାତ୍ର କିଛି ସମୟ ପରେ ମତଗଣନା ଆରମ୍ଭ ହେବାକୁ ଯାଉଥିବା ବେଳେ ସମସ୍ତ ରାଜନୈତିକ ଦଳ ଏହି ଫଳାଫଳକୁ ନେଇ ଉତ୍ସାହିତ ଅଛନ୍ତି । ୫ ରାଜ୍ୟର ମୋଟ ୬୯୦ ଆସନର ଫଳାଫଳ ଅପେକ୍ଷାରେ ଦେଶବାସୀ । ଏଥିରେ ଉତ୍ତର ପ୍ରଦେଶର ୪୦୩, ପଞ୍ଜାବର ୧୧୭, ଗୋଆର ୪୦, ଉତ୍ତରାଖଣ୍ଡର ୭୦ ଓ ମଣିପୁରର ୬୦ ଆସନ ରହିଛି ।
ଉତ୍ତର ପ୍ରଦେଶ ଲାଗି ସଂଖ୍ୟା ଗରିଷ୍ଠତାର ସଂଖ୍ୟା ୨୦୨ ଥିବା ବେଳେ ଉତ୍ତରାଖଣ୍ଡର ୩୬, ମଣିପୁରର ୩୧ ଓ ପଞ୍ଜାବର ୫୯ ରହିଛି । ଅର୍ଥାତ୍ ଏହିସବୁ ରାଜ୍ୟରେ କୌଣସି ରାଜନୈତିକ ଦଳକୁ ସରକାର ଗଠନ କରିବାକୁ ହେଲେ ଏତିକି ଆସନରେ ବିଜୟ ଲାଭ କରିବାକୁ ପଡିବ । ଯେଉଁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି ସେଥିମଧ୍ୟରୁ ୪ଟିରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଥିବା ବେଳେ କେବଳ ପଞ୍ଜାବରେ କଂଗ୍ରେସ ସରକାର ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.