banner
Breaking

ଖୁବଶୀଘ୍ର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା ହେବ

0

ଭୁବନେଶ୍ୱର,୪।୩(ବ୍ୟୁରୋ): ପୌର ନିର୍ବାଚନ ପାଇଁ ଖୁବଶୀଘ୍ର ମେୟର ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି ବିଜେଡ଼ି। ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ଲାଗି ମେୟର ପ୍ରାର୍ଥୀ ଘୋଷଣା କରିବ ଦଳ । ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ପ୍ରାର୍ଥୀଙ୍କ ନାଁ ଦଳ ଘୋଷଣା କରିବ । ଏ ନେଇ ବିଜେଡ଼ି ବିଧାୟକ ସୁଶାନ୍ତ ରାଉତ ସୂଚନା ଦେଇଛନ୍ତି।
ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିର୍ବାଚନ ଲାଗି ବିଜେଡିର ମେୟର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି । ଭୁବନେଶ୍ବର ମେୟର ପ୍ରାର୍ଥୀ ଲାଗି ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷ ଲୋପାମୁଦ୍ରା ବକ୍ସିପାତ୍ର ଓ ପୂର୍ବତନ କର୍ପୋରେଟର ପ୍ରତିନନ୍ଦା ରାଉତରାୟ ରେସରେ ଆଗରେ ରହିଛନ୍ତି । ସେହିପରି କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଲାଗି ରାଜ୍ୟସଭା ସାଂସଦ ସୁବାସ ସିଂ ଆଗରେ ରହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.