banner
Breaking

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ନିର୍ବାଚନ ୨୬ରେ ଗଣତି

0

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ବାଜିଲା ବିଗୁଲ । ଆଜି ରାଜ୍ୟ ନିର୍ବାଚନ କମିଶନ ଏନେଇ ତାରିଖ ଘୋଷଣା କରିଛନ୍ତି । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ । ୨୬ ତାରିଖ ଭୋଟ ଗଣତି କରାଯିବ । ଏହି ପୌର ନିର୍ବାଚନ ପାଇଁ ଚଳିତ ଫେବ୍ରୁଆରୀ ମାସ ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୨ରୁ ୭ ତାରିଖ ଯାଏ ଏଥିଲାଗି ନାମାଙ୍କନ ପତ୍ର ଦାଖଲ କରିପାରିବେ । ମାର୍ଚ୍ଚ ୯ ତାରିଖରେ ଦାଖଲ ହୋଇଥିବା ନାମାଙ୍କନ ପତ୍ରର ଯାଞ୍ଚ କରାଯିବ । ଯେଉଁ ମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ ଚାହୁଁଥିବେ ସେମାନେ ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର କରିପାରିବେ । ମେୟର ବା ପୌରାଧ୍ୟକ୍ଷ ନିର୍ବାଚନ ଚଳିତ ଥର ସିଧାସଳଖ କରାଯିବ । ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ ନିର୍ବାଚନ ହେବାକୁୂ ଥିବା ବେଳେ ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ ।୧୦୬ ଏନଏସି ମ୍ୟୁନିସିପାଲିଟି ଓ ୩ଟି ମହାନଗରରେ ମଧ୍ୟ ନିର୍ବାଚନ ହେବ । କେବଳ ଅଦାଲତି କାରଣ ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ କରାଯିବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.