banner
Breaking

କାଲି ସକାଳ ୮ଟାରୁ ଭୋଟ ଗଣତି

0

ଭୁବନେଶ୍ୱର,୨୫।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାର ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ ଭୋଟ୍‌ ଗଣତି ଆରମ୍ଭ ହେବା । ଗଣତି ସକାଳ ୮ଟାରୁ ଆରମ୍ଭ ହୋଇ ଶେଷ ହେବା ଯାଏଁ ଚାଲିବ । ୩୧୪ଟି ବ୍ଲକରେ ଗୋଟିଏ ଗୋଟିଏ ଜୋନ୍‌ର ଗଣତି ଆରମ୍ଭ ହେବ । କେବଳ ବାଲେଶର ଜିଲା ଭୋଗରାଇ ବ୍ଲକରେ ୨ଟି ଜୋନ୍‌ର ଗଣତି ହେବ । ୨୬, ୨୭ ଓ ୨୮ ତାରିଖ ତିନି ଦିନ ଧରି ଗଣତି ପ୍ରକ୍ରିୟା ଚାଲିବ । ବ୍ଲକସ୍ତରରେ ଗୋଟିଏ ଗୋଟିଏ ୱାର୍ଡର ଗଣତି ସରିବା ପରେ ମାଇକ ମାଧ୍ୟମରେ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି ।
ଗଣତି ବେଳେ ସୁରକ୍ଷା ବ୍ୟାପକ ବ୍ୟବସ୍ଥା ପାଇଁ ପୋଲିସ ଡିଜିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ଆଲୋଚନା କରିଛନ୍ତି । କୌଣସି ଗଣ୍ଡଗୋଳକୁ ଏଡାଇବା ପାଇଁ ଗଣତି କେନ୍ଦ୍ର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା କଟକଣା ଯୋଗୁ କୌଣସି ବିଜୟ ଉତ୍ସବ ହେବ ନାହିଁ ।

Khansweb Solution Bhubaneswar

Leave A Reply

Your email address will not be published.