banner
Breaking

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ

0

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ମଙ୍ଗଳବାର ସକାଳ ୭ଟାରୁ ଏଥିଲାଗି ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିଥିଲା। ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହି ପର୍ଯ୍ୟାୟରେ ୭୩% ମତଦାନ ହୋଇଛି। ରାଜ୍ୟରେ ବିଶେଷ ଧରଣର ହିଂସାକାଣ୍ଡ ନେଇ ସୂଚନା ମିଳି ନ ଥିଲେ ହେଁ ବିଭିନ୍ନ କାରଣରୁ ୪ରୁ ୫ଟି ସ୍ଥାନରେ ମତଦାନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ମାଓବାଦୀପ୍ରବଣ ନିୟମଗିରିର ତ୍ରିଲୋଚନପୁରରେ ୮୦% ମତଦାନ ହୋଇଥିବା ବେଳେ ନଗଡ଼ାରେ ୮୩% ମତଦାନ ହୋଇଛି। ସେଠାରେ ୨୦ ବର୍ଷ ପରେ ଭୋଟ ପଡ଼ିଛି। ଭୋଟଦାନ ପ୍ରଭାବିତ ହୋଇଥିବା ଅଞ୍ଚଳର ଜିଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ। ବାଲାଟ ପେପରରେ ତ୍ରୁଟି ଯୋଗୁ କେନ୍ଦ୍ରାପଡ଼ା ଏବଂ ଯାଜପୁରର ୨ ସ୍ଥାନରେ ଭୋଟ ଗ୍ରହଣ ବାତିଲ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.