banner
Breaking

ଜଗତସିଂହପୁରରେ ନିର୍ବାଚନୀ ହି°ସା

0

ଜଗତସିଂହପୁର,୧୮ା୨: ଜଗତସିଂହପୁର ସଦର ପଟସରାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପଟସରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ନମ୍ବର ବୁଥ୍‌ରେ ଭୋଟ୍‌ ବାକ୍ସ ଭଙ୍ଗାରୁଜା କରିଛନ୍ତି ୪୦ ରୁ ୫୦ ଦୁର୍ବୃତ୍ତ। ବୁଥ୍‌ ଭିତରେ ପଶି ଭୋଟ ବାକ୍ସ ସହ ସବୁ ନିର୍ବାଚନ ସାମଗ୍ରୀ ଭାଙ୍ଗି ମତଦାତାଙ୍କୁ ଠେଲି ଦେଇଥିଲେ।

ଅନ୍ୟପକ୍ଷରେ ଜଗତସିଂହପୁର ପଲି ପଞ୍ଚାୟତରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବୁଥ୍‌ ଭିତରେ ଓ୍ବାର୍ଡମେମ୍ବର ସମର୍ଥକଙ୍କ ଭୋଜିକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଯାହାଫଳରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଛନ୍ତି ।

ସୂଚନାନୁସାରେ, ଗୁରୁବାର ବିଳମ୍ବିତ ରାତିରେ ପଲି ପଞ୍ଚାୟତର କିଛି ଯୁବକ ବୁଥ୍‌ ମଧ୍ୟରେ ଭୋଜି କରିଥିଲେ। ଏହି ଖବର ପାଇ ପୋଲିସର ମୋବାଇଲ ଭ୍ୟାନ ଗାଁକୁ ଆସିଥିଲା। ସେହି ସମୟରେ ସେଠାରେ ଭୋଜି କରୁଥିବା ଯୁବକମାନେ ପୋଲିସ ଗାଡ଼ି ଉପରକୁ ଢେଲା ମାଡ଼ କରିଥିଲେ। ତେବେ ପୋଲିସ ଗାଡିକୁ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ଉପରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.