banner
Breaking

ସରିଲା ସର୍ବଦଳୀୟ ବୈଠକ, ୧୧ରୁ ଭୋଟର ତାଲିକା ସ°ଶୋଧନ, ଇଭିଏମରେ ହେବ ମତଦାନ

0

ଭୁବନେଶ୍ୱର,୧୦।୨(ବ୍ୟୁରୋ): ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ଏନେଇ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ରାଜ୍ୟରେ ୧୧୦ ପୌରାଞ୍ଚଳରେ ନିର୍ବାଚନ ହେବ। ସମସ୍ତ ଦଳର ପ୍ରତିନିଧିଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ନିର୍ଭୁଲ ଭୋଟର ତାଲିକା ପ୍ରକାଶକୁ ଗୁରୁତ୍ୱ ଦିଆଯାଇଛି। ନିର୍ବାଚନକୁ ସୁରୁଖୁରୁରେ ସମାପନ କରିବାକୁ କୁହାଯାଇଛି। ଏଥିରେ ମତଦାନ ସମୟ ନେଇ କେହି କିଛି ପ୍ରସ୍ତାବ ଦେଇ ନ ଥିବା ବେଳେ ୨୪ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

ଏହାଛଡ଼ା ରାଜ୍ୟର ୫୯ ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ ପୌର ପରିଷଦ ଏବଂ ୩ ମହାନଗର ନିଗମରେ ନିର୍ବାଚନ ହେବ। ଏସବୁ ସହରାଞ୍ଚଳରେ ୱାର୍ଡ ୱାରି ଚିଠା ଭୋଟର ତାଲିକା ଗୁରୁବାର ଅର୍ଥାତ ଆଜି ପ୍ରକାଶ ପାଇବ । ଚିଠା ଭୋଟର ତାଲିକା ପ୍ରକାଶ ପରେ ଫେବୃୟାରୀ ୧୧ରୁ ୧୬ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିହେବ । ୧୮ ତାରିଖରେ ଅଭିଯୋଗ ଉପରେ ଶୁଣାଣି ହେବ । ୨୧ରେ ଜିଲାପାଳ ସ୍ତରରେ ହେବ ଶୁଣାଣି ପରେ ୨୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ମଧ୍ୟ ସେ କହିଛନ୍ତି।

ଆସନ୍ତା ପୌର ନିର୍ବାଚନ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ(ଇଭିଏମ୍‌)ରେ ହେବ। ତେବେ ଗୋଟିଏ ବୁଥ୍‌ରେ ଦୁଇଟି ଲେଖାଏ ଇଭିଏମ୍‌ ରଖାଯିବ। ଗୋଟିଏ ଇଭିଏମ୍‌ କାଉନ୍‌ସିଲର/କର୍ପୋରେଟରଙ୍କୁ ଭୋଟ୍‌ ପାଇଁ ଉଦ୍ଦିଷ୍ଟ ରହିବ। ଅନ୍ୟ ଇଭିଏମ୍‌ଟି ପୌରାଧ୍ୟକ୍ଷ/ ମେୟରଙ୍କୁ ଭୋଟ୍‌ ଦେବାକୁ ଉଦ୍ଦିଷ୍ଟ ରହିବ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.