banner
Breaking

ବଢିଲା ପୌର ନିର୍ବାଚନ ଖର୍ଚ୍ଚ ସୀମା

0

ଭୁବନେଶ୍ୱର,୮।୨(ବ୍ୟୁରୋ): ପୌରାଞ୍ଚଳ ନିର୍ବାଚନ ପାଇଁ ନିର୍ବାଚନୀ ଖର୍ଚ୍ଚ ବଢ଼ିଛି। ଏନ୍‌ଏସି ମ୍ୟୁନିସିପାଲିଟି ଏବଂ ମ୍ୟୁନିସିପାଲ କର୍ପୋରେଶନ  ନିର୍ବାଚନୀ ଖର୍ଚ୍ଚ ବଢ଼ିଥିବା ବେଳେ ରାଜ୍ୟ ନିର୍ବାଚନ ଆୟୋଗ ଏହାର ସୀମା ଘୋଷଣା କରିଛନ୍ତି ।

ତେବେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ମହାନଗର ନିଗମ ଅଞ୍ଚଳରେ କର୍ପୋରେଟରମାନଙ୍କ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ରହିଛି । ମେୟର ୧୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ସେହିଭଳି ଏନ୍‌ଏସି/ମ୍ୟୁନିସିପାଲିଟିରେ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ଧାର୍ଯ୍ୟ ହୋଇଛି । ୫୦ ହଜାର ଜନସଂଖ୍ୟା ଥିଲେ କାଉନସିଲର ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ରଖାଯାଇଛି ।
ଅନ୍ୟପକ୍ଷରେ, ଜନସଂଖ୍ୟା ୫୦ ହଜାରରୁ ୧ ଲକ୍ଷ ଥିଲେ କାଉନସିଲରଙ୍କ ଖର୍ଚ୍ଚ ସୀମା ୭୫ ହଜାର ଟଙ୍କା ରହିଛି। ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୩ ଲକ୍ଷ ଟଙ୍କା। ଜନସଂଖ୍ୟା ୧ ଲକ୍ଷରୁ ଅଧିକ ଥିଲେ କାଉନସିଲରଙ୍କ ଖର୍ଚ୍ଚ ସୀମା ୧ ଲକ୍ଷ ଟଙ୍କା ଥିବା ବେଳେ ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କା ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.