banner
Breaking

ପୌର ନିର୍ବାଚନ ପାଇଁ ଚୁଡାନ୍ତ ତାଲିକା ପ୍ରକାଶ

0

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ସଜବାଜ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଭିନ୍ନ ୱାର୍ଡ ସୀମା ନିର୍ଦ୍ଧାରଣ ସହିତ ଚୂଡ଼ାନ୍ତ ଓ୍ୱାର୍ଡ ତାଲିକା
ପ୍ରକାଶ ପାଇଛି ।

ଭୁବନେଶ୍ୱର ମହାନଗର ନିଗମ ପାଇଁ ୬୭ ଓ୍ୱାର୍ଡ ରହିବ । ସେହିପରି କଟକ ମହାନଗର ନିଗମର ଓ୍ୱାର୍ଡ ସଂଖ୍ୟା ୫୯ ଓ ବ୍ରହ୍ମପୁରରେ ୪୨ ଓ୍ୱାର୍ଡରେ ହେବ ନିର୍ବାଚନ । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି ନଗର ଉନ୍ନୟନ ବିଭାଗ ।

ଏଥିସହ ୱାର୍ଡ ଅନୁସାରେ କର୍ପୋରେଟର ପଦ ସଂରକ୍ଷଣ ତାଲିକା ମଧ୍ୟ ପ୍ରକାଶ ପାଇଛି । ଭୁବନେଶ୍ୱରର ୬୭ଟି ଓ୍ୱାର୍ଡରୁ ୩୮ଟି ସଂରକ୍ଷିତ । କଟକରେ ମୋଟ୍ ୫୯ଟି ଓ୍ୱାର୍ଡରୁ ୩୩ଟି ୱାର୍ଡ ସଂରକ୍ଷିତ ଥିବା ବେଳେ ବ୍ରହ୍ମପୁରର ମୋଟ୍ ୪୨ଟି ଓ୍ୱାର୍ଡରୁ ୨୩ଟି ଓ୍ୱାର୍ଡ ସଂରକ୍ଷିତ ରହିବ ।

ବ୍ରହ୍ମପୁର, କଟକ, ଭୁବନେଶ୍ୱର ପାଇଁ ଚୂଡ଼ାନ୍ତ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ସହ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସହରାଞ୍ଚଳ ନିର୍ବାଚନ ତାତି ଜୋର ଧରିଛି । ପଞ୍ଚାୟତ ଭୋଟ୍ ପରେ ପୌର ନିର୍ବାଚନ ହେବ । ଏଦିଗରେ ସରକାର ଆଉ ପାଦେ ଆଗେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.