banner
Breaking

ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ପାଇଁ ପୁନଃ ବିଜ୍ଞପ୍ତି ଜାରି

0

ଭୁବନେଶ୍ୱର,୨୫/୧ : ପ୍ରାର୍ଥିପତ୍ର ଦାଖଲ ପାଇଁ ପୁନଃ ବିଜ୍ଞପ୍ତି ଜାରି । ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ସ୍ଥାନ ପାଇଁ ପୁନଃ ବିଜ୍ଞପ୍ତି ଜାରି କଲେ ରାଜ୍ୟ ନିର୍ବାଚନ ଆୟୋଗ । ଯେଉଁ ସ୍ଥାନରେ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ ସେଠାରେ ବର୍ତ୍ତମାନ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ଏନେଇ ଗଣମାଧଅମକୁ ଏସଇସି ଆଦିତ୍ୟ ପାଢ଼ୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଏନେଇ ଆସନ୍ତା ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତା ୨୯ରୁ ୩୧ ତାରିଖ ଯାଏ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ଫେବ୍ରୁଆରୀ ୧ରେ ଯାଞ୍ଚ ଓ ୨ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏଥି ସହ ୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକ ହେବ । ଦ୍ୱିତୀୟ ସୁଯୋଗରେ ପ୍ରାର୍ଥିପତ୍ର ଦାଖଲ ନକଲେ ଆଉ କୌଣସି ସୁଯୋଗ ମିଳିବ ନାହିଁ ବୋଲି କୁହାଯାଇଛି । ସୂଚନା ମୁତାବକ ରାଜ୍ୟରେ ୪ ହଜାରରୁ ଅଧିକ ସ୍ଥାନରେ ୱାର୍ଡ ମେମ୍ବର ପ୍ରାର୍ଥୀ ନଥିବା ବେଳେ, କେତେକ ସ୍ଥାନରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ବି ନାହାନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.