banner
Breaking

ଅଖିଳେଶ ଲଢିବେ ବିଧାନସଭା ନିର୍ବାଚନ

0

ଲକ୍ଷ୍ନୌ,୨୩।୧: ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୈନପୁରୀ ଜିଲାର କର୍‌ହାଲ ଆସନରୁ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ। ଉକ୍ତ ଆସନରୁ ଅଖିଳେଶ ପ୍ରାର୍ଥୀ ହେବା ନେଇ କିଛିଦିନ ହେଲା ଚର୍ଚ୍ଚା ହେଉଥିଲା। ରାଜ୍ୟ ସଭା ଏମ୍‌ପି ରାମଗୋପାଳ ଯାଦବ ଅଖିଳେଶ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି। ଅଖିଳେଶ କର୍‌ହାଲ ଆସନରୁ ରେକର୍ଡ ଭୋଟରେ ବିଜୟୀ ହେବେ ବୋଲି ରାମଗୋପାଳ ପ୍ରକାଶ କରିଛନ୍ତି।

୧୯୯୩ରୁ କର୍‌ହାଲ ଆସନ ଏସ୍‌ପି ହାତରେ ରହିଛି। କେବଳ ୨୦୦୨ରେ ଏହି ଆସନ ଭାଜପା ହାତକୁ ଯାଇଥିଲା। ବର୍ତ୍ତମାନ ସୋବରନ ଯାଦବ ଉକ୍ତ ଆସନରୁ ବିଧାୟକ ଅଛନ୍ତି। ଏପରି କି ମୈନପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନ ୫ ବିଧାନସଭା ଆସନ ମଧ୍ୟରୁ କର୍‌ହାଲ ଅନ୍ୟତମ। ମୈନପୁରୀରୁ ଅଖିଳେଶଙ୍କ ବାପା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ୫ ଥର ଲୋକ ସଭାକୁ ନିର୍ବାଚିତ ହୋଇଥିଲେ।

ସୂଚନାଯୋଗ୍ୟ, ଅଖିଳେଶ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ହେଲେ ଦଳ ପରବର୍ତ୍ତି ସମୟରେ ଅଖିଳେଶ ନିର୍ବାଚନ ଲଢିିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସ୍ପଷ୍ଟ କରିଥିଲା। ଅଖିଳେଶ ଦଳ ଚାହିଁଲେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ବୋଲି କହିଥିଲେ। ଭାଜପା ଯୋଗୀ ଆଦିତ୍ୟନାଥଙ୍କୁ ଗୋରଖପୁରରୁ ପ୍ରାର୍ଥୀ କରିବା ପରେ ସମାଜବାଦୀ ପାର୍ଟି ମଧ୍ୟ ଅଖିଳେଶଙ୍କୁ କର୍‌ହାଲ ଆସନରୁ ପ୍ରାର୍ଥୀ କରିଛି।

Khansweb Solution Bhubaneswar

Leave A Reply

Your email address will not be published.