banner
Breaking

ଆଜି ପଞ୍ଚାୟତ ନିର୍ବାଚନ ନାମାଙ୍କନପତ୍ର ଦାଖଲର ଶେଷଦିନ

0

ଭୁବନେଶ୍ବର,୨୧/୧(ବ୍ୟୁରୋ): ଶୁକ୍ରବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେ‌ଷଦିନ। ଗତ ଚାରିଦିନ ମଧ୍ୟରେ ରାଜ୍ୟରେ ସମୁଦାୟ ୧ଲକ୍ଷ ୩୩ହଜାର ୫୮୪ ଆଶାୟୀ ନାମାଙ୍କନପତ୍ର ଭରିଥିବାବେଳେ ସେଥିମଧ୍ୟରୁ ସରପଞ୍ଚ ପଦ ପାଇଁ ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବାର ଅନୁମାନ କରାଯାଉଛି। ସବୁଠାରୁ ବଡ଼କଥା ହେଲା ୱାର୍ଡ଼ସଭ୍ୟଙ୍କ କ୍ଷେତ୍ରରେ ବେଶି କିଛି ପ୍ରତିଦ୍ବନ୍ଦ୍ବିତା ନ ଥିବା ପରିଲକ୍ଷିତ ହେଉଥିବାବେଳେ ଜିଲାପରିଷଦ ପଦବୀ କ୍ଷେତ୍ରରେ ଦୁଇଗୁଣ, ସମିତି ସଭ୍ୟ ପଦବୀ ଲାଗି ଅଢ଼େଇଗୁଣ ଏବଂ ସରପଞ୍ଚ ପଦ ଲାଗି ତିନିଗୁଣ ଆଶାୟୀ ନାମାଙ୍କନ ଭରିଛନ୍ତି।
ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଜି ସର୍ବାଧିକ ୪୦ହଜାର ୭୩୨ ଆଶାୟୀ ୱାର୍ଡ଼ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜିର ନାମାଙ୍କନପତ୍ରକୁ ମିଶାଇ ୱାର୍ଡ଼ସଭ୍ୟଙ୍କ ସଂଖ୍ୟା ୯୫ ହଜାର ୮୧୪ରେ ପହଞ୍ଚିଛି। ରାଜ୍ୟରେ ୯୧ ହଜାର ୯୧୩ ୱାର୍ଡ଼ସଭ୍ୟ ରହିଥିବାବେଳେ ଏହି ତୁଳନାରେ ୯୫ହଜାର ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସରପଞ୍ଚଙ୍କ କ୍ଷେତ୍ରରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବ। ରାଜ୍ୟରେ ୬ହଜାର ୭୯୪ ପଦ ଲାଗି ୨୦ହଜାର ୪୫୭ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଜ୍ୟରେ ୬ହଜାର ୭୯୩ ସମିତିସଭ୍ୟ ପଦ ରହିଥିବାବେଳେ ଏବେସୁଦ୍ଧା ୧୫ହଜାର ୫୮୩ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଛନ୍ତି, ଯାହାକି ପ୍ରାୟ ଅଢ଼େଇଗୁଣ ହେବ। ରାଜ୍ୟରେ ଆଜିି ୧୧୮୨ ଜିଲା ପରିଷଦ ଆଶାୟୀ ନାମାଙ୍କନପତ୍ର ଦାଖଲ କରିବା ପରେ ସେମାନଙ୍କ ସଂଖ୍ୟା ୧୭୩୦କୁ ଛୁଇଁଛି। ୮୫୩ ଜିଲାପରିଷଦ ସଭ୍ୟ ଆସନ ରହିଥିବାବେଳେ ସେଥିପାଇଁ ଦୁଇଗୁଣ ଆଶାୟୀ ଏପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାତି ପାହିଲେ ନାମାଙ୍କନପତ୍ର ଦାଖଲ ଶେଷ ହେବ। ଯଦି ପ୍ରତିଦ୍ବନ୍ଦ୍ବିତାକୁ ବିଚାରକୁ ନିଆଯାଏ ତେବେ ସରପଞ୍ଚ ପଦ ପାଇଁ ଆଶାୟୀ ସର୍ବାଧିକ ଥିବା ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.