banner
Breaking

ସରକାରୀ ମହାବିଦ୍ୟାଳୟର ଡିଗ୍ରୀ ଅଧ୍ୟାପକ ନିଯୁକ୍ତିରେ କ୍ୟାରିୟର ମାର୍କକୁ ଉଚ୍ଛେଦ କରି ଲିଖିତ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯାଉ ।

0

ଭୁବନେଶ୍ବର,୨୪/୧୦-ଓଡ଼ିଶାରେ ସରକାରୀ ମହାବିଦ୍ୟାଳୟର ଡିଗ୍ରୀ ଅଧ୍ୟାପକ ନିଯୁକ୍ତିରେ ଲିଖିତ ପରୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ସ୍ମାରକ ପତ୍ର ଦିଆଯାଇଛି । ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ମାଧ୍ୟମରେ ଅଧ୍ୟାପକ ନିଯୁକ୍ତି ପାଇଁ ମଧ୍ୟ ଲିଖିତ ପରୀକ୍ଷା ହେଉଛି । କିନ୍ତୁ ତାହା ବ୍ୟତିକ୍ରମ ଦେଖାଯାଉଛି ସରକାରୀ ମହାବିଦ୍ୟାଳୟର ଡିଗ୍ରୀ ଅଧ୍ୟାପକ ନିଯୁକ୍ତିରେ । ଆନ୍ଧ୍ରପ୍ରଦେଶ ଭଳି ଅନ୍ୟାନ୍ୟ ରାଜ୍ୟ ତାଙ୍କର ଡିଗ୍ରୀ ଅଧ୍ୟାପକ ନିଯୁକ୍ତିରେ ଲିଖିତ ପରୀକ୍ଷା କରୁଛନ୍ତି । ତେଣୁ ଓପିଏସ୍ସି ଆଗାମୀ ଦିନରେ ସରକାରୀ ମହାବିଦ୍ୟାଳୟର ଡିଗ୍ରୀ ଅଧ୍ୟାପକ ନିଯୁକ୍ତିରେ ଲିଖିତ ପରୀକ୍ଷା ମାଧ୍ୟମରେ ଅନେକ ପ୍ରତିଭା ସମ୍ପନ୍ନ ପ୍ରାର୍ଥୀଚୟନ କରି ଶିକ୍ଷା କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୁଅନ୍ତା । ମାନ୍ୟବର ସରକାରଙ୍କ ଦ୍ୱାରା ସ୍ଥିରୀକୃତ କରାଯାଇଥିବା ତଥା ଓପିଏସ୍ସି ଦ୍ୱାରା ଗୃହୀତ ହୋଇଥିବା କ୍ୟାରିୟରକୁ ଉଚ୍ଛେଦ କରି ନିଯୁକ୍ତି ବ୍ୟବସ୍ଥା ପ୍ରଣୟନ କରାଯାଉ । ସର୍ବୋପରି ୟୁ.ଜି.ସି ର ନୀତି ଓ ନିୟମ ଅନୁସାରେ ଡିଗ୍ରୀ କଲେଜର ଅଧ୍ୟାପକ ନିଯୁକ୍ତି କରାଗଲେ ମେଧାବୀ ଛାତ୍ରମାନେ ଉପକୃତ ହେବା ସଙ୍ଗେ ସଙ୍ଗେ କୌଣସି ପ୍ରକାର ବିବାଦ ମଧ୍ୟ ଉପୁଜନ୍ତା ନାହିଁ ।

Khansweb Solution Bhubaneswar

Leave A Reply

Your email address will not be published.