banner
Breaking

ମାଟ୍ରିକ ପିଲାଙ୍କୁ ମାଗଣାରେ ମିଳିବ ୭୦୦ ପୃଷ୍ଠାର ପରୀକ୍ଷା ଦର୍ପଣ : ଶିକ୍ଷାମନ୍ତ୍ରୀ

0

ଭୁବନେଶ୍ୱର,୨୧।୧(ଓଡ଼ିଆ ନ୍ୟୁଜ): ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଛାତ୍ରଙ୍କ ଫର୍ମ ପୂରଣ ଦେୟ ମୁଖ୍ୟମନ୍ତ୍ରୀ ଛାଡ କରିଥିବା ବେଳେ କମ୍ ସମୟ ମଧ୍ୟରେ ପିଲାମାନଙ୍କୁ ପ୍ରସ୍ତୁତି ହେବା ପାଇଁ ସରକାର ମାଗଣାରେ ‘ପରୀକ୍ଷା ଦର୍ପଣ’ ବହି ଯୋଗାଇ ଦେବେ। ଏଥିରେ ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିଛି। ବହିଟି ୭୦୦ ପୃଷ୍ଠାର ହୋଇଥି ଥିବା ବେଳେ ୬ ଲକ୍ଷ ୨୦ହଜାର ପିଲାଙ୍କୁ ମାଗଣାରେ ଏହା ମିଳିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ପ୍ରକାଶ ଯେ, କରୋନା ମହାମାରୀ ଯୋଗୁ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ମାସ ଧରି ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲାଯାଇଛି । ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସ କରାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.