banner
Breaking

ଆଉ କମିବ ନାହିଁ ସ୍କୁଲ ସିଲାବସ୍ : ସମୀର ଦାଶ

0

ଭୁବନେଶ୍ୱର,(ବ୍ୟୁରୋ): ରାଜ୍ୟରେ ଆସନ୍ତା ଜାନୁଆରୀ ୮ ରେ ସ୍କୁଲଗୁଡିକ ଖୋଲିବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ସ୍କୁଲ ଖୋଲିଲେ କେମିତି କେମିତି ପାଠପା ହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୋଟିଏ ସେକ୍ସନରେ ୨୦ରୁ ୨୫ ପିଲା ପାଠ ପଢ଼ିବେ। ଅଧିକ ପିଲାରେ ଅଧିକ ସେକ୍ସନ ହେବ। ଏହି ସମୟରେ ସାନିଟାଇଜେସନ ଓ ପିଲାଙ୍କ ସୱାସ୍ଥ୍ୟ ପ୍ରତି ପ୍ରାଥମିକତା ଦିଆଯିବ। ପ୍ରତି ଜିଲାରେ ନୋଡାଲ ଅଫିସର ନିୟୁକ୍ତ ହୋଇଛନ୍ତି ସେମାନେ ଜିଲ୍ଲାପାଳ ଓ ଡିଆଇଓଙ୍କ ସହ ସମନ୍ବୟ ରକ୍ଷା କରି କାମ କରିବେ। ଶିକ୍ଷକ ଆବଶ୍ୟକତା ଥିଲେ ପୂରଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସିଲାବସ ୩୦% କମିଛି, ଆଉ କମିବ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୮ରୁ ସ୍କୁଲ ଖୋଲିବ ଓ ମେ’ ୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ।

Khansweb Solution Bhubaneswar

Leave A Reply

Your email address will not be published.