banner
Breaking

ବାସିପିଠା ଉଚ୍ଚ ବିଦ୍ୟାଳୟର ପୂରାତନ ଶିକ୍ଷକ ଓ ଛାତ୍ରଛାତ୍ରୀ ମିଳନ ସମାରୋହ

0

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ବାସିପିଠା ସରକାରୀ ଉଚ୍ଚ ବିଦ୍ୟାଳୟ, ମୟୂରଭଞ୍ଜର ପୂରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ସମାରୋହ ଗତ ରବିବାର ଦିନ ମାଷ୍ଟର କାଣ୍ଟିନ, ଭୁବନେଶ୍ୱର ସ୍ଥିତ କେଶରୀ ହୋଟେଲ ଠାରେ ଅନୁଷ୍ଠିତ ହେଇଥିଲା ‌ । ଏଥିରେ ୧୯୭୪ ମସିହା ଠାରୁ ୨୦୧୮ ମସିହା ଯାଏଁ ପାଠ ପଢି ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହେଇଥିବା ଛାତ୍ରଛାତ୍ରୀ ଆଉ ସେଇ ସମୟରେ ପଢାଇଥିବା ଶିକ୍ଷକ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ଆୟୋଜନ ସମିତିର ସଭାପତି, ଓଡ଼ିଶା ମାଇନିଂ କର୍ପୋରେସନର ବରିଷ୍ଠ ପରିଚାଳକ ସାଧୁ ପୂର୍ତ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଲକ୍ଷ୍ମୀଧର ସିଂ ଓ ଶଙ୍କର୍ଷଣ ମାରାଣ୍ଡି ସଭା ପରିଚାଳନା କରିଥିଲେ। ଏଥିରେ ବ୍ରଜ ମୋହନ ରାଉତ, ଭଗବାନ ସାହୁ୍, ପ୍ରାଣବନ୍ଧୁ ଦାସ, ସୁଶାନ୍ତ କୁମାର ଦାସ, ପ୍ରୀତିମୟୀ ପଟ୍ଟନାୟକ ଆଦି ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ପୂରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟରେ ବିତାଇ ଥିବା ସ୍ମୃତି ଚାରଣ କରିଥିଲେ। ଆସନ୍ତା ବର୍ଷ ବିଦ୍ୟାଳୟକୁ ୭୫ ବର୍ଷ ପୂରଣ ହେଉଥିବାରୁ ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ‌।

ପ୍ରକାଶ ଥାଉ କି ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସୁନିଲ ସିଂ, ବୁଧିରାମ ସିଂ, ସନ୍ତୋଷ ବଡନାୟକ, ଦୀପକ ସାହୁ, ଅଶୋକ ନାଏକ, ସାଧୁ ପୂର୍ତ୍ତି, ଲକ୍ଷ୍ମୀଧର ସିଂ ଆଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.