banner
Breaking

ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଇଁ ନୂଆ ପାଠ୍ୟକ୍ରମ

0

କଟକ ,୨୫।୨ : ଆସନ୍ତା ଶିକ୍ଷା ବର୍ଷଠାରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରୀ ନୂଆ ବିଷୟ ପଢ଼ିବେ। ଏହା ସହ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରକାଶିତ ଭୌତ୍ତିକ ବିଜ୍ଞାନ ବହିରେ ଷ୍ଟାର ଚିହ୍ନ ଥିବା ବିଷୟଗୁଡ଼ିକୁ ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଏହି ବିଷୟଗଡ଼ିକରୁ ଆସେସମେଣ୍ଟ ପରୀକ୍ଷାରେ ପ୍ରଶ୍ନ ଆସିବ। ସବ୍‌ଜେକ୍ଟିଭ ଏବଂ ଅବ୍‌ଜେକ୍ଟିଭ ବିଷୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଆସପିରେସନାଲ କମ୍ପୋନେଣ୍ଟ ଭାବେ ନୂତନ ବିଷୟକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଏହି ବିଷୟରେ ୪ଟି ବିଭାଗ ଯଥା ବୁକ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲାର ଆକ୍ଟିଭିଟିଜ ଏବଂ ବେସିକ ଆଇଟି ସ୍କିଲ୍‌ସ ରହିଛି। ଛାତ୍ରୀଛାତ୍ରମାନେ ପ୍ରତି ବିଭାଗରେ ୨୫ ମାର୍କ ଲେଖାଏଁ ପରୀକ୍ଷା ଦେବେ। ପ୍ରତିବର୍ଷ ୪ଟି ପର୍ଯ୍ୟାୟରେ ଏହି ବିଷୟରେ ପରୀକ୍ଷା କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.