banner
Breaking

ଅଧ୍ୟାପକଙ୍କ ଅହୋରାତ୍ର ଧାରଣା

0

ଭୁବନେଶ୍ୱର :ସମାନ ଗ୍ରେଡ୍‌ ପେ’ ଆଧାରରେ ସମାନ ଦରମା ବୃଦ୍ଧି, ସମସ୍ତଙ୍କୁ ପେନସନ ଓ ଗ୍ରାଚ୍ୟୁଇଟି ପ୍ରଦାନ ଭଳି ୪ ଦଫା ଦାବି ନେଇ ସୋମବାର ପୁଣିଥରେ ମହାସମାବେଶ କରିଛନ୍ତି ଅଧ୍ୟାପକ ଓ କର୍ମଚାରୀ। ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଅହୋରାତ୍ର ଧାରଣାର ୭ଦିନ ପରେ ମଧ୍ୟ ସରକାର ନିରବ ରହିବା ପ୍ରତିବାଦରେ ସୋମବାର ଲୋୟର ପିଏମଜିଠାରେ ଏହି ମହାସମାବେଶ ଅନୁଷ୍ଠିତ ହୋଇଥିଲା। ସଂଘ ପକ୍ଷରୁ କୁହାଯାଇଛି, ସରକାର କିଛି କର୍ମଚାରୀ ଓ ଅଧ୍ୟାପକଙ୍କୁ ଅନୁକମ୍ପା ଦେଖାଇ ପ୍ରାୟ ୧୦ହଜାର ଟଙ୍କାର ଦରମା ତାରତମ୍ୟ ଘୋଷଣା କରିଛନ୍ତିି। ୪,୨୦୦ ଗ୍ରେଡ୍‌ ପେ’ ପାଉଥିବା ୪୮୮ ବର୍ଗର ପିଇଟି ଲାଇବ୍ରେରିଆନ୍‌ ଓ ଡେମୋନଷ୍ଟ୍ରେଟରମାନେ ୪,୬୦୦ ଗ୍ରେଡ୍‌ ପେ’ ପାଉଥିବା ୬୬୨ ବର୍ଗ କଲେଜ ଅଧ୍ୟାପକଙ୍କଠାରୁ ପାଖାପାଖି ୮ ହଜାର ଟଙ୍କା ଅଧିକ ପାଇବେ। ଖାଲି ସେତିକି ନୁହେଁ, ୪୨୦୦ ଗ୍ରେଡ୍‌ ପେ’ ପାଉଥିବା ସ୍କୁଲ ଶିକ୍ଷକଙ୍କ ଠାରୁ ମଧ୍ୟ ଏହି ବର୍ଗର ଅଧ୍ୟାପକମାନେ ପାଖାପାଖି ୬ ହଜାର ଟଙ୍କା କମ୍‌ ଦରମା ପାଇବେ। ନିଯୁକ୍ତିରେ ବରିଷ୍ଠ ଓ ସମାନ ପଦ୍ଧତିରେ ନିଯୁକ୍ତି ପାଇଥିଲେ ମଧ୍ୟ ୬୬୨ ବର୍ଗର ଅଧ୍ୟାପକ ଓ କର୍ମଚାରୀଙ୍କୁ ଉପେକ୍ଷା କରାଯାଇଛି ବୋଲି ସଂଘ ଅଭିଯୋଗ କରିଛି। ଏହି ପ୍ରସଙ୍ଗରେ ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ। ନିଷ୍ପତ୍ତିର ଶୀଘ୍ର ପୁନର୍ବିଚାର କରା ନ ଗଲେ ଆଗକୁ ଆମରଣ ଅନଶନ ଭଳି ପଦକ୍ଷେପ ନିଆଯିବ। ଆବଶ୍ୟକ ପଡ଼ିଲେ ଯୁକ୍ତ୨ ଓ ଯୁକ୍ତ୩ ବାର୍ଷିକ ପରୀକ୍ଷାରେ ଅସହଯୋଗ କରିବା ସହ ମୂଲ୍ୟାଙ୍କନ ବର୍ଜନ ଭଳି ନିଷ୍ପତ୍ତି ନିଆଯିବ ବୋଲି ସଂଘ ସଭାପତି ଗୋଲକ ନାୟକ, ସାଧାରଣ ସମ୍ପାଦକ ସତାପଉଦ୍ଦିନ ଅହମ୍ମଦ ଓ ଡ. ଗଗନ ବେଉରା, ଡ. ତପନ ଜେନା, ରଞ୍ଜନ ପ୍ରଧାନ ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.