banner
Breaking

ଏପ୍ରିଲରୁ ଆରମ୍ଭ ହେବ ଶିକ୍ଷାବର୍ଷ

0

ଭୁବନେଶ୍ୱର : ଚଳିତ ବର୍ଷ ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହେବ। ଏନେଇ ସରକାରଙ୍କ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି।
ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ସବୁ ପିଲାଙ୍କ ପାଖରେ ପାଠ୍ୟପୁସ୍ତକ ପହଞ୍ଚାଇବା ପାଇଁ ୬ ଜିଲାର ୧୫ଟି ବ୍ଲକକୁ ଟ୍ରକ୍‌ ଯୋଗେ ପାଠ୍ୟପୁସ୍ତକ ପଠାଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ଶୁଭାରମ୍ଭ କରିଛନ୍ତି। ଗତବର୍ଷ ଜୁନ୍‌, ଜୁଲାଇରୁ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ଏଥର ଏପ୍ରିଲକୁ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ସବୁ ପିଲାଙ୍କ ନିକଟରେ ପାଠ୍ୟପୁସ୍ତକ ପହଞ୍ଚାଇବା ପାଇଁ ୬ଟି ଜିଲ୍ଲାକୁ ବହି ପଠାଯାଇଛି। ଏହି ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍‌, ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ ଅନୁଷ୍ଠାନର ନିର୍ଦ୍ଦେଶକ ରଘୁରାମ ଆୟାର ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.