banner
Breaking

ଆଜି ଶେଷ ହେବ ମାଟ୍ରିକ ପରୀକ୍ଷା

0

କଟକ,୭ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା (ସମେଟିଭ ଆସେସମେଣ୍ଟ-୨) ଶନିବାର ଶେଷ ହେଉଛି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ରାଜ୍ୟର ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଦେଉଛନ୍ତି। ଶୁକ୍ରବାର ସଂସ୍କୃତ ପରୀକ୍ଷା ହୋଇଥିବାବେଳେ ଏଥିରେ କପି କରି ୩୧ ଜଣ ପରୀକ୍ଷାର୍ଥୀ ଧରାପଡିଥିବା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ସେହିପରି ଇଂଲିଶ ପରୀକ୍ଷାରେ ୨୩, ଗଣିତରେ ୧୮, ସାଧାରଣ ବିଜ୍ଞାନରେ ୩୨, ଓଡ଼ିଆରେ ୯ ଜଣ ଛାତ୍ରୀଛାତ୍ର ଜଣ କପି କରି ଧରାପଡିଛନ୍ତି। କଟକ ଜିଲାରେ ମୋଟ୍‌ ୩୦, ୭୦୪ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବାବେଳେ ୨୯, ୨୯୫ ଜଣ ପରୀକ୍ଷା ଦେଇଥିବା କଟକ ଜିଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.