banner
Breaking

ଆଜିଠାରୁ ମାଟ୍ରିକ ପରୀକ୍ଷା

0

ଭୁବନେଶ୍ୱର,୨୯/୪(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଶୁକ୍ରବାରଠାରୁ ମାଟ୍ରିକ ପରୀକ୍ଷା(ସମେଟିଭ ଆସେସମେଣ୍ଟ-୨) ଆରମ୍ଭ ହେବ। ୩ ହଜାର ୫୪୦ ପରୀକ୍ଷା କେନ୍ଦ୍ରରେ ମୋଟ ୫ଲକ୍ଷ ୮୫ ହଜାର ୭୩୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେଥିରୁ ୨୧୫ଟି କେନ୍ଦ୍ରରେ ରାଜ୍ୟ ମୁକ୍ତ ବିଦ୍ୟାଳୟର ୯,୩୭୮ ଜଣ ଛାତ୍ରୀଛାତ୍ର ଥିବାବେଳେ ୧୨୨ କେନ୍ଦ୍ରରେ ମଧ୍ୟମାର ୪,୪୪୩ ଜଣ ପିଲା ପରୀକ୍ଷା ଦେବେ। ପ୍ରଶ୍ନପତ୍ର ରଖିବା ଲାଗି ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି। ସେଥିମଧ୍ୟରୁ ସମ୍ବେଦନଶୀଳ ଅଞ୍ଚଳରେ ୨୧ଟି ନୋଡାଲ ସେଣ୍ଟର ପୋଲିସ ଷ୍ଟେଶନରେ ହୋଇଛି। କପି ରୋକିବା ପାଇଁ ୬୫ଟି ଫ୍ଲାଇଂସ୍କ୍ବାର୍ଡ ରହିବେ। ପ୍ରବଳ ଖରା ହେଉଥିବାରୁ ଏଥର ଦ୍ୱିତୀୟ ସିଟିଂ ପରୀକ୍ଷା ବାତିଲ କରାଯାଇଛି। ହାଇସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଂ ପରୀକ୍ଷାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥର ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ ହୋଇଥିବା ବେଳେ କପି ରୋକିବା ପାଇଁ ମୋଟ ୪ ସ୍ତରୀୟ ସ୍କ୍ବାର୍ଡ ଗଠନ କରାଯାଇଛି। ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୬୫ଟି ଫ୍ଲାଇଂ ସ୍କ୍ବାର୍ଡ, ବୋର୍ଡର ସ୍ବତନ୍ତ୍ର ୩୮ଟି ସ୍କ୍ବାର୍ଡ କରାଯାଇଛି। ଏଥର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଧିକାରୀ ସ୍କୁଲ ପରିଦର୍ଶନରେ ଯିବେ। କୋଭିଡ କଟକଣା ପାଳନ ସହ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡିକରେ ଅନବରତ ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ଓଆର୍‌ଏସ ଯଥେଷ୍ଟ ପରିମାଣରେ ମହଜୁଦ ରଖିବା ରଖିବା ଲାଗି କୁହାଯାଇଚି। ଏହାସହ ପରୀକ୍ଷା ସମୟରେ ବିଦ୍ୟୁତ୍‌ କାଟ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ୩୫ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷୟତ୍ରୀ,ଶିକ୍ଷକ ପରୀକ୍ଷା ପରିଚାଳନା କରିବେ ବୋଲି ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.