banner
Breaking

ଯୁକ୍ତ ୨ ଦ୍ବିତୀୟ କଟ୍ ଅଫ ମାର୍କ ପ୍ରକାଶିତ।

0

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଯୁକ୍ତ୨ ନାମଲେଖା ପାଇଁ ଦ୍ୱିତୀୟ କଟ୍‌ ଅଫ୍‌ ମାର୍କ ତାଲିକା ସୋମବାର ପ୍ରକାଶ ପାଇଛି। କଳାରେ ବିଜେବି, ବିଜ୍ଞାନରେ ରେଭେନ୍‌ଶା, ବାଣିଜ୍ୟରେ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମ ସ୍ଥାନରେ ରହିଛନ୍ତି। କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୭୦% କଟ୍‌ଅଫ୍‌ ମାର୍କ ସହ ଶୀର୍ଷରେ ରହିଛି। ଦ୍ୱିତୀୟରେ ଥିବା ରେଭେନ୍‌ଶା ଉଚ୍ଚ ମାଧ୍ୟମିକ ସ୍କୁଲର କଟ୍‌ଅପ୍‌ ମାର୍କ ୬୮.୪% ଥିବାବେଳେ ୬୭.୧୭% ସହ ଶୈଳବାଳା ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ତୃତୀୟ ସ୍ଥାନରେ ରହିଛି। ସେହିପରି ବିଜ୍ଞାନରେ ୮୬.୩୩ % କଟ୍‌ଅଫ୍‌ ସହ ରେଭେନ୍‌ଶା ଉଚ୍ଚ ମାଧ୍ୟମିକ ସ୍କୁଲ ଶୀର୍ଷରେ ରହିଥିବାବେଳେ ୮୬% ମାର୍କ ସହ ଦ୍ୱିତୀୟରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ଓ ୮୪.୮୩% ମାର୍କ ସହ ତୃତୀୟରେ ବ୍ରହ୍ମପୁରର ସରସ୍ବତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି। ସେପଟେ ବାଣିଜ୍ୟରେ ୭୯.୬୭% କଟ୍‌ଅଫ୍‌ ମାର୍କ ସହ ଯାଜପୁରର ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟରେ ଥିବା ରେଭେନ୍‌ଶା ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର କଟ୍‌ଅପ୍‌ ମାର୍କ ୭୩.୩୩% ଓ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୭୨.୩୩% ସହ ତୃତୀୟ ସ୍ଥାନରେ ରହିଛି।
ପ୍ରଥମ ପର୍ଯ୍ୟାୟ ଆଡ୍‌ମିଶନ ପରେ ଯୁକ୍ତ ୨ କଲେଜରେ ଖାଲି ଥିବା ସିଟ୍‌ଗୁଡ଼ିକରେ ନାମ ଲେଖା ପାଇଁ ଦ୍ୱିତୀୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ମୋଟ ୩୫,୫୯୧ ଛାତ୍ରୀଛାତ୍ର ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଳାରେ ସର୍ବାଧିକ ୨୮,୧୮୧ଜଣ ଥିବାବେଳେ ବାଣିଜ୍ୟରେ ୨,୦୬୪, ବିଜ୍ଞାନରେ ୪,୬୦୬, ସଂସ୍କୃତରେ ୩୬୯ ଓ ଧନ୍ଦାମୂଳକ ପାଇଁ ୩୭୧ଜଣ ଛାତ୍ରୀଛାତ୍ର ରହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ରଙ୍କ ନାମଲେଖା ୬ରୁ ୮ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ତଥ୍ୟ ୮ତାରିଖ ସା ୬ଟାରେ ସାମ୍ସ ଇ-ସ୍ପେସରେ ଉପଲବ୍ଧ ହେବ। ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍‌ ସିଲେକ୍ସନ୍‌ ମେରିଟ୍‌ ଲିଷ୍ଟ ପ୍ରକାଶ କରାଯିବ। ୧୩ରୁ ୧୫ ତାରିଖ ଅପରାହ୍ନ ୨ଟା ଭିତରେ ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିପାରିବେ। ୧୫ ତାରିଖ ସନ୍ଧ୍ୟାରେ ସ୍ପଟ୍‌ ନାମଲେଖା ଲାଗି ଚୂଡ଼ାନ୍ତ ଛାତ୍ରୀଛାତ୍ରଙ୍କ ତାଲିକା ବାହାରିବ।

Khansweb Solution Bhubaneswar

Leave A Reply

Your email address will not be published.