banner
Breaking

ଆସନ୍ତା କାଲିଠାରୁ ନିଟ୍ ୟୁଜି ପରୀକ୍ଷା ପାଇଁ ପଞ୍ଜୀକରଣ

0

ଭୁବନେଶ୍ୱର,୧।୪(ବ୍ୟୁରୋ): ଚଳିତ ବର୍ଷ ଆସନ୍ତା ଜୁଲାଇ ୧୭ରେ ନିଟ୍‌ ୟୁଜି ପରୀକ୍ଷା ହୋଇପାରେ। ଏନେଇ ଅନ୍‌ଲାଇନ୍‌ ପଞ୍ଜୀକରଣ ଶନିବାର(ଏପ୍ରିଲ୍‌ ୨)ରୁ ଆରମ୍ଭ ହେବ। ତେବେ ପଞ୍ଜୀକରଣର ଶେଷ ସମୟ ସୀମା ମେ ୭ ପର୍ଯ୍ୟନ୍ତ ରହିଛି। ପରୀକ୍ଷା ୧୩ଟି ଭାଷାରେ ଅନୁଷ୍ଠିତ ହେବ । ଛାତ୍ରୀଛାତ୍ର ପଞ୍ଜୀକରଣ କରିବା ପରେ ସଂଶୋଧନ ଲାଗି ୫ ଦିନ ସମୟ ଦିଆଯିବ । ୨୦୨୧ ଶିକ୍ଷାବର୍ଷରେ ସମୁଦାୟ ୧୬ ଲକ୍ଷ ୧୪ ହଜାର ୭୭୭ ପଞ୍ଜୀକରଣ କରିଥିବାବେଳେ ୯୫.୬ ପ୍ରତିଶତ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୭୦ ହଜାର ୭୪ ସଫଳ ହୋଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.