banner
Breaking

ଏପ୍ରିଲ ୨୫ରୁ ଆସିଏସଇ ପରୀକ୍ଷା ଆରମ୍ଭ

0

ଭୁବନେଶ୍ୱର, ୪।୩(ବ୍ୟୁରୋ): ସିଆଇଏସ୍‌ସିଇ ଦ୍ୱାରା ପରିଚାଳିତ ଆଇସିଏସ୍‌ଇ(ଦଶମ) ଓ ଆଇଏସ୍‌ସି (ଦ୍ୱାଦଶ) ସେମିଷ୍ଟର-୨ ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ ହେବ। ଦଶମ ପରୀକ୍ଷା ୨୫ରୁ ଆରମ୍ଭ ହୋଇ ମେ’ ୨୩ ରେ ସରିବ। ପୂର୍ବାହ୍ନ ୧୧ଟାରୁ ପରୀକ୍ଷା ଆରମ୍ଭ ହେବ ଓ ଏହାର ଅବଧି ଦେଢ଼ଘଣ୍ଟା ଧାର୍ଯ୍ୟ କରାଯାଇଛି। ତେବେ ପ୍ରଥମ ଦିନ ଇଂଲିଶ ପରୀକ୍ଷା ରହିଛି। ପରୀକ୍ଷା ଆରମ୍ଭର ୧୦ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ୧୦ଟା ୫୦ରେ ପ୍ରଶ୍ନପତ୍ର ପ୍ରଦାନ କରାଯିବ।

ସେହିପରି ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ଜୁନ ୬ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହେବାକୁ ଥିବାବେଳେ ୧ଟା ୫୦ରେ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ପ୍ରଶ୍ନପତ୍ର ପଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ୧୦ ମିନିଟ୍‌ ସମୟ ଦିଆଯିବ। ଏହି ପରୀକ୍ଷା ଅବଧି ମଧ୍ୟ ଦେଢ଼ ଘଣ୍ଟା ଧାର୍ଯ୍ୟ କରାଯାଇଛି। ଏନେଇ ସିଆଇଏସ୍‌ସିଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା ଓ କାର୍ଯ୍ୟସୂଚୀ ସିଆଇଏସ୍‌ସିଇର ଓ୍ବେବ୍‌ସାଇଟ୍‌ cisce.orgରେ ଉପଲବ୍ଧ ରହିଛି। ଛାତ୍ରୀଛାତ୍ରମାନେ ଏହି ଓ୍ବେବ୍‌ସାଇଟ୍‌କୁ ଯାଇ ଆବଶ୍ୟକ ସୂଚନା ପାଇବାକୁ ପରାମର୍ଶ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.