banner
Breaking

ନିଟ ପିଜି ପରୀକ୍ଷା ବନ୍ଦ ହେଲା

0

ନୂଆଦିଲ୍ଲୀ,୪।୨: ନିଟ୍‌ ପିଜି ପରୀକ୍ଷାକୁ ନେଇ ସରକାର ଶୁକ୍ରାବର ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନିଟ୍‌ ପିଜି ୨୦୨୨ର ପରୀକ୍ଷା ସ୍ଥଗିତ ରଖାଯାଇଛି। ପରୀକ୍ଷାକୁ ୬ରୁ ୮ ସପ୍ତାହ ସ୍ଥଗିତ ରଖାଯାଇଛି। ଖୁବ୍‌ଶୀଘ୍ର ପରୀକ୍ଷା ନୂଆ ତାରିଖ ପ୍ରକାଶ ପାଇବ। ଏହି ପରୀକ୍ଷା ମାର୍ଚ୍ଚ ୧୨ରେ ହେବାର ଥିଲା।
ଆଜି ନିଟ୍‌ ପିଜି ପରୀକ୍ଷା ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଅନେକ ଛାତ୍ର ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନିଟ୍‌ ପରୀକ୍ଷାକୁ ସ୍ଥଗିତ ରଖାଯାଉ। ଜଷ୍ଟିସ ଡି.ଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଏକ ବେଞ୍ଚ ଏହି ଆବେଦନ ଶୁଣାଣି କରିବେ। ଆବେଦନକାରୀମାନେ ମେଡିକାଲ ଇଣ୍ଟର୍ନସିପ ବିଷୟରେ ଉଲ୍ଲେଖ କରିଥିଲେ। ଅନେକ ଛାତ୍ର ସେମାନଙ୍କ ଇଣ୍ଟର୍ନସିପ ସମାପ୍ତ କରିନାହାଁନ୍ତି। ସମସ୍ତ ସିଟ ଏକାସାଙ୍ଗରେ ଦୁଇଟି ବ୍ୟାଚ୍‌କୁ କିପରି ଯୋଗାଇ ଦିଆଯାଇପାରିବ। ସେଥିପାଇଁ ମାର୍ଚ୍ଚ ୧୨ ରେ ପରୀକ୍ଷା କରିବା ଠିକ ନୁହେଁ।
ସୂଚନାଯୋଗ୍ୟ, ଏକ ଦୀର୍ଘ ଆନ୍ଦୋଳନ ଏବଂ ପ୍ରଦର୍ଶନ ପରେ, ନିଟ୍‌ ପିଜିର କାଉନସେଲିଂ ଆରମ୍ଭ ହୋଇଥିଲା। ଏହା ଗତ ବର୍ଷର ଛାତ୍ରୀଛାତ୍ରମାନଙ୍କ କାଉନସେଲିଂ। ଏହାକୁ ବାରମ୍ବାର ସ୍ଥଗିତ ରଖାଯାଇଥିଲା। ଏହି କାରଣରୁ,ଛାତ୍ରୀଛାତ୍ରମାନେ ଧର୍ମଘଟ କରି ପଦଯାତ୍ରା କରିଥିଲେ। ଶେଷରେ କାଉନସେଲିଂ ଆରମ୍ଭ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.