banner
Breaking

୭ ରୁ ବଡ ଓ ୧୪ ରୁ ସାନ ପିଲାଙ୍କ ସ୍କୁଲ ଖୋଲିବ

0

ଭୁବନେଶ୍ୱର,୩ା୨(ବ୍ୟୁରୋ): ସ୍କୁଲ ଖୋଲିବା ନେଇ ରାଜ୍ୟବାସୀ ଚିନ୍ତାରେ ଥିବା ବେଳେ ଆସନ୍ତା ୭ ତାରିଖରୁ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି।

ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଖୋଲିବ। କେଜିରୁ ୭ମ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଫେବୃୟାରୀ ୧୪ରୁ ଖୋଲିବ ବୋଲି ଶାସନ ସଚିବ କହିଛନ୍ତି। ସେ କହିଛନ୍ତି, କରୋନା ମହାମାରୀ ଯୋଗୁ ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିଥିଲା। ଫଳରେ ପାଠପଢ଼ାରେ ବ୍ୟାହତ ହେଉଥିଲା। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଛନ୍ତି। ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ରେ ପାଠପଢା ହେବ। ଛାତ୍ରୀଛାତ୍ର ନିଜ ପସନ୍ଦ ମୁତାବକ ମାଧ୍ୟମ ବାଛିପାରିବେ ବୋଲି ପରାମର୍ଶ ଦିଆଯାଇଛି। ଏଥିସହିତ ସ୍କୁଲ, କଲେଜ ସହିତ ସଂପୃକ୍ତ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ। ଉଚ୍ଚଶିକ୍ଷା ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ, କୃଷି ବିଭାଗ, ସାମାଜିକ ସଶକ୍ତିକରଣ ବିଭାଗ, ଅନୁସୂଚିତ ଜାତି ଜନଜାତି ବିଭାଗ, ସ୍ବାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ବାଭାବିକ ଭାବେ ଖୋଲିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ହଷ୍ଟେଲ ଖୋଲିବ। ଆବଶ୍ୟକ ପଡ଼ିଲେ ଖରାଛୁଟି ଅବଧିକୁ କମାଇ ଦିଆଯିବ ବୋଲି ଶାସନ ସଚିବ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.