banner
Breaking

ବନ୍ଦ ହେଲା ସ୍କୁଲ କଲେଜ

0

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ସୋମବାରଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ସରକାର। କ୍ଲାସରୁମ ପାଠପଢ଼ା ସହ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ କରାଯାଇଛି।

ଗତ ୭ ତାରିଖରେ ଏନେଇ ଘୋଷଣା କରାଯିବା ପରେ ଛାତ୍ରୀଛାତ୍ର ରବିବାର ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିଛନ୍ତି। ମାତ୍ର ଗବେଷଣାରତ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ଗବେଷଣା, ପ୍ରକଳ୍ପ କାର୍ଯ୍ୟ ଜାରି ରଖିବାକୁ କର୍ତ୍ତୃପକ୍ଷ ଅନୁମତି ଦେଇପାରବେ। କର୍ମଚାରୀଙ୍କ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବିଶ୍ବବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ଓ କଲେଜର ଶିକ୍ଷକ, କର୍ମଚାରୀମାନେ କାର୍ଯ୍ୟ କରିବେ। ଉଚ୍ଚ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ସମସ୍ତ କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ।

ଶିକ୍ଷାନୁଷ୍ଠାନରେ ଜାରି ରହିଥିବା ସମସ୍ତ ଅଫ୍‌ଲାଇନ୍‌ ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଚାଲିବ। ଜାନୁୟାରୀ ୩୧ ପର୍ଯ୍ୟନ୍ତ କ୍ଲାସରୁମ ଥିଓରି କିମ୍ବା ପ୍ରାକ୍ଟିକାଲ ପାଠପଢ଼ା ବନ୍ଦ ରହିବ। ଅନ୍‌ ଲାଇନ ପାଠପଢ଼ା ଜାରି ରହିବ। ୫୦% କର୍ମଚାରୀଙ୍କୁ ନେଇ ଦୈନିକ କାର୍ଯ୍ୟ ଚାଲିବ। ଅନ୍ୟପକ୍ଷରେ ମେଡିକାଲ କଲେଜ ଓ ନର୍ସିଂ କଲେଜଗୁଡ଼ିକ ଖୋଲା ରହିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.