banner
Breaking

ପିଲାଙ୍କ ସ୍କୁଲ ଖୋଲିବା ବନ୍ଦ ହେଲା

0

ଭୁବନେଶ୍ୱର,୨ା୧(ବ୍ୟୁରୋ): ଆସନ୍ତାକାଲିଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତିକୁ ସାମୟିକ ସ୍ଥଗିତ କରାଯାଇଥିବା ନେଇ ସୂଚନା ମିଳିଛି। ୨ ଦିନ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି। ଏହା ସାମୟିକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପିଲାମାନଙ୍କ ସ୍ବାର୍ଥକୁ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଜାନୁୟାରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବ।  ସଂକ୍ରମଣ ବୃଦ୍ଧି ପାଇଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି। ତେବେ ୩ରେ ସ୍କୁଲ ଖୋଲିବାକୁ ହୋଇଥିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ ରହିଥିବା ଆଜି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।  ପୂର୍ବପରି ଷଷ୍ଠ ଏବଂ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଚାଲୁ ରହିବ।

Khansweb Solution Bhubaneswar

Leave A Reply

Your email address will not be published.