banner
Breaking

ଇଞ୍ଜିନିୟରିଂ ନାମଲେଖା ପାଇଁ ସମୟସୀମା ବୃଦ୍ଧି

0

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ): ରାଜ୍ୟରେ ଖାଲି ପଡିଥିବା ଇଞ୍ଜିନିୟରିଂ ସିଟ୍‌ରେ ନାମଲେଖା ଅବଧି ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଓଡ଼ିଶା ପ୍ରାଇଭେଟ୍‌ ଇଞ୍ଜିନିୟରିଂ କଲେଜ ଆସୋସିଏଶନ (ଓପେକା) ପକ୍ଷରୁ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ନାମଲେଖା ସମୟସୀମା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିବା ଓପେକା ସମ୍ପାଦକ ବିନୋଦ ଦାସ ସୂଚନା ଦେଇଛନ୍ତି।
ସଂଘ ପକ୍ଷରୁ କୁହାଯାଇଥିଲା ଯେ, କରୋନା ଯୋଗୁ ବହୁ ଛାତ୍ରୀଛାତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଦେଇପାରି ନାହାନ୍ତି। ତେଣୁ ବହୁ ସଂଖ୍ୟାରେ ଇଞ୍ଜିନିୟରିଂ ସିଟ୍‌ ଖାଲି ପଡ଼ିଛି। ବର୍ତ୍ତମାନର ସ୍ଥିତି ଓ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଇଞ୍ଜିନୟରିଂ ପାଠ୍ୟକ୍ରମରେ ନାମଲେଖା ଅବଧିକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଥିଲା। ତେବେ ଅବଧି ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ରାଜ୍ୟ ଆଉଥରେ ଓଜେଇଇ ଅନୁଷ୍ଠିତ ହେବ କି ନାହିଁ ସେ ବିଷୟରେ ସୁପ୍ରିମକୋର୍ଟ ଶୁକ୍ରବାର ନିଷ୍ପତ୍ତି ଗ୍ରହଣ କରିବେ। ତେବେ ଇଞ୍ଜିନିୟରିଂ ପଢ଼ିବା ପାଇଁ ଆଗ୍ରହୀ ଥିବା ଛାତ୍ରୀଛାତ୍ର ଡିସେମ୍ବର ୩୧ ପର୍ଯ୍ୟନ୍ତ ଯେକୌଣସି କଲେଜରେ ନାମ ଲେଖାଇ ପାରିବେ ବୋଲି ଦାସ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.