banner
Breaking

ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଆରମ୍ଭ

0

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ):ଶିକ୍ଷାବର୍ଷ ୨୦୨୨-୨୩ ନିମନ୍ତେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ମାଗଣା ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ କେନ୍ଦ୍ରଠାରେ ଅନୁଷ୍ଠାନର ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଉପାନ୍ତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ସମେତ ପୁରୀ ଏବଂ କେନ୍ଦୁଝର ଜିଲାକୁ ସମୁଦାୟ ୧ ଲକ୍ଷ ୯୬ ହଜାର ୩୯୫ ଖଣ୍ଡ ପାଠ୍ୟପୁସ୍ତକ ପ୍ରେରଣ କରାଯାଇଛି। ତନ୍ମଧ୍ୟରେ କୋରାପୁଟକୁ ୪୬,୮୮୨, ମାଲକାନଗିରିକୁ ୪୮,୨୩୨, ନବରଙ୍ଗପୁରକୁ ୪୫,୩୧୮, ପୁରୀକୁ ୨୮,୦୫୨ ଏବଂ କେନ୍ଦୁଝର ଜିଲାକୁ ୨୮,୩୧୧ ଖଣ୍ଡ ପୁସ୍ତକ ପଠାଯାଇଛି। ଏପ୍ରିଲ ୨୦୨୨ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ ମାର୍ଚ୍ଚ ୩୧ ସୁଦ୍ଧା ପାଠ୍ୟପୁସ୍ତକ ଯୋଗାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନିର୍ଦ୍ଦେଶକ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ୪୭ ଲକ୍ଷ ଛାତ୍ରୀଛାତ୍ରଙ୍କ ପାଇଁ ୪ କୋଟିରୁ ଅଧିକ ପାଠ୍ୟପୁସ୍ତକ ଆବଶ୍ୟକ ରହିଛି। ମାର୍ଚ୍ଚ ୩୧ ସୁଦ୍ଧା ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ବ୍ଲକ୍‌ ଏବଂ ପୌରାଞ୍ଚଳକୁ ବହି ପହଞ୍ଚାଇବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.