banner
Breaking

ଡିଗ୍ରୀ କଲେଜରୁ ହଟିବ ବିଧାୟକ ଓ ନେତାଙ୍କ ପ୍ରଭାବ। ଦାୟିତ୍ୱ ନେବେ ଛାତ୍ରଛାତ୍ରୀ ଓ ଅଭିଭାବକ।

ଘରୋଇ କୋଚିଂ ଉପରେ ଲାଗିବ ଆଙ୍କୁଷ।

0

ଭୁବନେଶ୍ୱର,୨୩/୧(ଓଡ଼ିଆ ନ୍ୟୁଜ): ପରିଚାଳନା କମିଟିରେ ରହିପାରିବେ ନାହିଁ ବିଧାୟକ ଓ ନେତା। ଡିଗ୍ରୀ କଲେଜ୍ ପରିଚାଳନାରେ ଶିକ୍ଷାବିତ୍‌ଙ୍କୁ ମିଳିବ ଗୁରୁତ୍ୱ। କ୍ୟାମ୍ପସକୁ ରାଜନୀତିରୁ ମୁକ୍ତ ରଖିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ଭୁବନେଶ୍ୱରରେ ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଏନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ୍ ଅଧ୍ୟାପକ ଘରୋଇ କୋଚିଂ ଦେବାର ନଜରକୁ ଆସିଲେ ଅଭିଭାବକମାନେ ସିଧାସଳଖ ବିଭାଗକୁ ଜଣାନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଆହ୍ୱାନ କରିଛନ୍ତି୍।
ମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ସଂଘ। ସେପଟେ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ସଠିକ୍ ବେତନର ବନ୍ଦୋବସ୍ତ ପରେ ଏହି ଆଦେଶ ଦେଲେ ସେ ସ୍ୱାଗତ କରିବେ ବୋଲି କହିଛନ୍ତି ୬୬୨ ବର୍ଗ ଅଧ୍ୟାପକ ସଂଘ ସଭାପତି।

Khansweb Solution Bhubaneswar

Leave A Reply

Your email address will not be published.