banner
Breaking

ମେଧାବୀଙ୍କୁ ମିଳିବ ଫ୍ରି କୋଚିଂ

0

ଭୁବନେଶ୍ୱର,୧୩ା୧୨: ରାଜ୍ୟର ୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମାଗଣା କୋଚିଂ ମିଳିବ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପଢୁଥିବା ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷା ପାଇଁ ମାଗଣାରେ କୋଚିଂ ଦିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ଛାତ୍ରୀଛାତ୍ରଙ୍କୁ ମେଡିକାଲ (ନିଟ୍‌), ଆଇଆଇଟି, ଜେଇଇ (ଇଞ୍ଜିନିୟରିଂ) ଓ ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ) ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ପାଇଁ କୋଚିଂ ଦିଆଯିବ। ଆସନ୍ତା ୧୫ରୁ ଛାତ୍ରୀଛାତ୍ର ଏଥିପାଇଁ ନାମ ପଞ୍ଜୀକରଣ କରିପାରିବେ। ସେମାନେ unacademy.com/scholarship/odisha-scholarship-testକୁ ଲଗ୍‌ଇନ କରି ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରିପାରିବେ।

ଏହି ପଞ୍ଜୀକରଣ ଆସନ୍ତା ୧୫ରୁ ଆରମ୍ଭ ହୋଇ ଜାନୁୟାରୀ ୧୨ ପର୍ଯ୍ୟନ୍ତ ଚାଲିବ। ପଞ୍ଜୀକରଣ କରିଥିବା ଛାତ୍ରୀଛାତ୍ରଙ୍କର ପରୀକ୍ଷା କରିବା ପରେ କୋଚିଂ ପାଇଁ ମନୋନୟନ କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାର ୫୦ % ଓ ହେବାକୁ ଥିବା ପ୍ରବେଶିକା ପରୀକ୍ଷାର ୫୦ % ମାର୍କକୁ ମିଶାଇ ଯୋଗ୍ୟତା ଭିତ୍ତିରେ କୋଚିଂ ପାଇଁ ମେଧାବୀଙ୍କୁ ଚୟନ କରାଯିବ। ଯେଉଁମାନେ ମନୋନୀତ ହେବେ ସେମାନେ ୧୫ ଦାରିଖ ପୂର୍ବାହ୍ନ ୧୧ଟାରେ ପ୍ରବେଶିକା ପରୀକ୍ଷା ଦେବେ।

Khansweb Solution Bhubaneswar

Leave A Reply

Your email address will not be published.