banner
Breaking

ଖୋଲିବ କଲେଜ ଓ ସ୍କୁଲ।

0

ଭୁବନେଶ୍ୱର,(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ। ପିଲାମାନେ ଅଫଲାଇନ୍‌ ମୋଡ୍‌ରେ ପାଠ ପଢ଼ିପାରିବେ। ତେବେ କ୍ଲାସରୁମକୁ କେମିତି ପରିଚାଳନା କରାଯିବ ଓ ଗାଇଡଲାଇନ୍‌ ଅନୁସାରେ କେମିତି ପାଠପଢ଼ା ହେବ ସେ ନେଇ ଶନିବାର ସବୁ ଜିଲାର ଡିଇଓଙ୍କ ସହ ଭର୍ଚୁଆଲ ମୋଡ୍‌ରେ ଆଲୋଚନା କରାଯିବ।
ସୂଚନାନୁସାରେ, ପୂର୍ବରୁ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଅଫଲାଇନ୍‌ରେ ଚାଲିଥିଲା। କରୋନା ମହାମାରୀ କାରଣରୁ ରାଜ୍ୟରେ ସ୍କୁଲ, କଲେଜ ସ୍ବାଭାବିକ ଭାବରେ ଚାଲିପାରୁ ନ ଥିଲା। ଅନଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ ଦିଆଯାଉଥିଲା।

Khansweb Solution Bhubaneswar

Leave A Reply

Your email address will not be published.