banner
Breaking

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଡଃ ବିଦିଶା ପଣ୍ଡାଙ୍କୁ ସ୍ୱର୍ଣ୍ଣ ପଦକ

0

ଭୁବନେଶ୍ୱର : ନିଷ୍ଠା, ଅଧ୍ୟବସାୟ, ଦୃଢ ମନୋବଳ ତଥା ପ୍ରତିକୂଳ ପରିବେଶରେ ନିଜକୁ ଖାପ ଖୁଆଇ ଆଗକୁ ବଢିବାର ଦୃଢ ଇଚ୍ଛାଶକ୍ତି ନିଶ୍ଚିତ ସଫଳତା ଆଣିଦିଏ ଏହା ପ୍ରମାଣିତ କରିଛନ୍ତି ଦୀର୍ଘ ପଚିଶ ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଆସୁଥିବା ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ବରିଷ୍ଠ ସଭ୍ୟ ତଥା କିଟ୍ ବିଦ୍ୟାଳୟରେ କାର୍ଯ୍ୟରତ ଶ୍ରୀ ବିଶ୍ୱନାଥ ପଣ୍ଡା ତଥା ମନୋରମା ପଣ୍ଡାଙ୍କ ସୁପୁତ୍ରୀ ଡଃ ବିଦିଶା ପଣ୍ଡା । ଏକ ନିମ୍ନମଧ୍ୟବିତ୍ତ ପରିବାରର ସମସ୍ତ ପ୍ରତିକୂଳ ପରିବେଶକୁ ପଛରେ ପକାଇ ଡାକ୍ତର ହୋଇ ଜନସାଧାରଣଙ୍କ ସେବା କରିବାର ଦୃଢସଂକଳ୍ପକୁ ସଫଳତାର ସହ ପୂରଣ କରିଛନ୍ତି ବିଦିଶା ।

୨୦୧୯-୨୦ ଶିକ୍ଷାବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କଟକସ୍ଥିତ ଏସ୍‌.ସି.ବି ମେଡିକାଲ କଲେଜରୁ ଏମ୍‌.ବି.ବି.ଏସ୍ ଡିଗ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ହାଉସ୍ ସର୍ଜନ ଭାବେ କାର୍ଯ୍ୟରତ ବିଦିଶା ଏଫ୍‌, ଏମ୍‌. ଟି ବିଭାଗରେ ସର୍ବାଧିକ ନମ୍ବର ହାସଲ କରି ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି । ଭାରତର ମହାମହିମ ଉପରାଷ୍ଟ୍ରପତିଙ୍କ ସଦୟ ଉପସ୍ଥିତିରେ ସଦ୍ୟ ସମାହିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ରାଜ୍ୟର ମାନ୍ୟବର ଉଚ୍ଚ ଶିକ୍ଷାମନ୍ତ୍ରୀ ଡଃ ଅରୁଣ ସାହୁଙ୍କ ଠାରୁ ପଦକ ତଥା ମାନପତ୍ର ଗ୍ରହଣ କରିଛନ୍ତି ବିଦିଶା ।

ପ୍ରକାଶ ଥାଉକି, ବିଦିଶା ଡି.ଏ.ଭି. ପବ୍ଲିକ୍ ସ୍କୁଲ ଚନ୍ଦ୍ରଶେଖରପୁରରୁ ଦଶମ, କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରୁ ଦ୍ୱାଦଶ ଏବଂ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଏସ୍‌.ସି.ବି. ମେଡିକାଲ କଲେଜରେ ଡାକ୍ତରୀ ଶିକ୍ଷା ପାଇଁ ସ୍ଥାନ ପାଇ ଆଜି ସଫଳତାର ଶିର୍ଷରେ ପହଞ୍ଚି ପାରିଛନ୍ତି । ଏଥି ସହ ବିଦିଶା ତାଙ୍କର ସମସ୍ତ ଦୁଃଖ ଓ କଷ୍ଟକୁ ପଛରେ ପକାଇ ନିଜ ଅଧ୍ୟବସାୟ ତଥା ଜନହିତକର କାର୍ଯ୍ୟପାଇଁ ରାଜୀବ୍ ଗାନ୍ଧୀ ସଦ୍‌ଭାବନା ସମ୍ମାନ, ମଦର ଟେରେସା ଶାନ୍ତି ସମ୍ମାନ, ବିବେକାନନ୍ଦ ଆନ୍ତର୍ଜାତୀୟ ସମ୍ମାନ ଇତ୍ୟାଦିରେ ପୁରସ୍କୃତ ହୋଇଛନ୍ତି । ବିଦିଶା ପାଠ ବ୍ୟତିତ ନୃତ୍ୟ, ସଂଗୀତ, କୁଇଜ୍ ଏବଂ ଲେଖା ଲେଖିରେ ମଧ୍ୟ ରୁଚି ରଖିଆସୁଛନ୍ତି । ବିଦିଶାଙ୍କର ଏହି ସଂଘର୍ଷମୟ ଜୀବନ ଯାତ୍ରା ପାଇଁ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ମଧ୍ୟ ସେ ସମ୍ମାନିତ ହୋଇଛନ୍ତି । ବିଦିଶାଙ୍କ ଏହି ସଫଳତାରେ ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ, ଅନ୍ୟାନ୍ୟ ସଭ୍ୟବୃନ୍ଦଙ୍କ ସହ ଅଞ୍ଚଳର ବୁଦ୍ଧିଜୀବି ତଥା ଜନସାଧାରଣ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.