banner
Breaking

ଶିକ୍ଷାମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ।

0

ଭୁବନେଶ୍ୱର,୧୦।୨(ବ୍ୟୁରୋ): ବିଦ୍ୟାଳୟରେ କୋଭିଡ୍‌-୧୯ ମାର୍ଗଦର୍ଶିକା ସଠିକ ବ୍ୟବହାର କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ପୂର୍ବାହ୍ନରେ ନିମାପଡ଼ାର ଭାଣପୁର ହାଇସ୍କୁଲ ପରିଦର୍ଶନ କରିଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ଆରମ୍ଭ ହେବାର ଦୀର୍ଘ ୧୧ ମାସ ପରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଫେବୃୟାରୀ ୮ ତାରିଖ ୨୦୨୧ରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ ହେବାନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରତ୍ୟେକ ଛାତ୍ରୀଛାତ୍ର ମାସ୍କ ପିନ୍ଧିବା, ସାନିଟାଇଜର ବା ହାତଧୁଆ ସାବୁନ ବ୍ୟବହାର କରିବା, ଶ୍ରେଣୀଗୃହକୁ ସଂକ୍ରମଣମୁକ୍ତ, ବିଦ୍ୟାଳୟର ପରିସରକୁ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ ରଖିବା, ପରସ୍ପର ମଧ୍ୟରେ ଦୂରତା ବଜାୟ ରଖିବା ଇତ୍ୟାଦି ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶାବଳୀ ପଠାଯାଇଥିଲା। ଏହି ନିୟମାବଳୀର ସଠିକ୍‌ ଅନୁପାଳନ ନିରୀକ୍ଷଣ କରିବା ପାଇଁ ମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲାରେ ଥିବା ବିଦ୍ୟାଳୟଗୁଡ଼ିକୁ ଅଚାନକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.