banner
Breaking

ପୁଣି ପୃଥିବୀକୁ ମାଡିଆସୁଛି ଆଉ ଏକ ବିପଦ।

0

ଓ୍ବାଶିଂଟନ,୬।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ସୃଷ୍ଟି କରିଥିବା ଚାଇନା ଯୋଗୁ ଏବେ ନୂଆ ବିପଦ ମାଡ଼ି ଆସୁଛି। ଚାଇନା ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଥିବା ରକେଟ ଲଙ୍ଗ୍‌ ମାର୍ଚ୍ଚ-୫ବି ଏବେ ନିୟନ୍ତ୍ରଣ ହରାଇଛି। ଏହା ତୀବ୍ରବେଗରେ ପୃଥିବୀ ମୁହାଁ ହୋଇଛି। ଏହି ଜଳନ୍ତା ରକେଟ ଶନିବାର ପୃଥିବୀକୁ ଧକ୍କା ଦେବ ବୋଲି କୁହାଯାଉଛି। ୩୦ ମିଟର ଲମ୍ବ ପ୍ରାୟ ୨୧ ଟନ୍‌ ଓଜନର ଏହି ରକେଟର ଅଂଶବିଶେଷ ଆମେରିକାର, ନ୍ୟୁୟର୍କ, ସ୍ପେନ୍‌ର ମାଦ୍ରିଦ୍‌ ଏବଂ ଚାଇନାର ବେଜିଂ ସହରରେ ଖସିପଡ଼ିବାର ଆଶଙ୍କା ରହିଛି। ଆମେରିକା ସରକାରଙ୍କ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି ହୋଇଛି। ତେବେ ମହାକାଶରେ ବେଲଗାମ୍‌ ହୋଇ ପୃଥିବୀ ମୁହାଁ ହୋଇଥିବା ଏହି ରକେଟର ଜଳନ୍ତା ଖଣ୍ଡ ଅନ୍ୟ ସହରରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି। ଏହା ସେକେଣ୍ଡ ପିଛା ୪ ମାଇଲ୍‌ ବେଗରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି। ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ମାଇକ୍‌ ହୋଓ୍ବାର୍ଡ କହିଛନ୍ତି ଯେ, ଚାଇନାର ଏହି ରକେଟ ମେ’ ୮ରେ ପୃଥିବୀ ପୃଷ୍ଠରେ ଖସିବ। ଏହାକୁ ୨୦୨୧-୦୩୫-ବି ଭାବେ ନାମିତ କରାଯାଇଛି। ରକେଟ ଖସି ବା ଅଞ୍ଚଳରେ ବହୁ କ୍ଷୟକ୍ଷତି ହେବାର ଆଶଙ୍କା ରହିଥିବା ସେ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.