banner
Breaking

ଡିଷ୍ଟ୍ରିକ୍ଟ ସେଣ୍ଟର ୱନର୍ସ ଆସୋସିଏସନ୍ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟର ୱନର୍ସ ଆସୋସିଏସନ୍ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ କମ୍ୟୁନିଟି ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ମହାମାରୀ କାରଣରୁ ଡିଷ୍ଟ୍ରିକ୍ଟ ସେଣ୍ଟର ୱନର୍ସ ଆସୋସିଏସନ୍ ପକ୍ଷରୁ ଚଳିତ ବର୍ଷ ସରକାରଙ୍କ କୋଭିଡ୍ କଟକଣା ନିୟମ ମାନିବା ସହିତ ନିରାଡମ୍ବର ଦୁର୍ଗାପୂଜା ପାଳନ କରାଯାଇଛି । ଆଜି ରୀତିନୀତି ଅନୁସାରେ ମାଙ୍କ ପୂଜା ଅନୁଷ୍ଠିତ ହୋଇଛି । ଆସୋସିଏସନ୍ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ କଲୋନୀର ବିଭିନ୍ନ ସ୍ଥାନରେ ବିଶୋଧନ କରାଯାଇଛି ।

ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଯେଉଁମାନେ ଆଗଧାଡିରେ ରହି ଲୋକମାନଙ୍କ ସେବା କରୁଥିଲେ ସେହି ଡାକ୍ତର, ସାମ୍ବାଦିକ, ପୋଲିସ, ବିଏମ୍‌ସି କର୍ମଚାରୀ ମାନଙ୍କୁ ଆଜି ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ କରେନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଛି । ସାଧାରଣ ସଂପାଦକ ସରୋଜକାନ୍ତ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଚନ୍ଦ୍ରଶେଖରପୁର ଜୋନ୍‌-୬ ଏସିସି ପ୍ରକାଶ ଚନ୍ଦ୍ର ପାଲ୍‌. ବିଏମ୍‌ସି ଉତ୍ତର ଭୁବନେଶ୍ୱରର ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ କମିଶନର ସୁରଥ କୁମାର ମଲ୍ଲିକ, ଆସୋସିଏନ୍‌ର ଉପଦେଷ୍ଟା ଦାମୋଦର ପ୍ରଧାନୀ, ସଭାପତି ପ୍ରକାଶ ଚନ୍ଦ୍ର ବିଜୁଳି ପ୍ରମୁଖ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶ°ସା କରିଥିଲେ।

ଏହି ଅବସରରେ ବିଏମସି ଅତିରିକ୍ତ କମିଶନର ସୁରଥ ମଲ୍ଲିକ,ଡେପୁଟି କମିଶନର(ଉତ୍ତର ଜୋନ)ପ୍ରମୋଦ କୁମାର ପୃଷ୍ଟି,ଏସପି (ଜୋନ-୬)ପ୍ରକାଶ ଚନ୍ଦ୍ର ପାଲ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଯୁବରାଜ ସ୍ବାଇଁ, ଡାକ୍ତର ଏସ୍ ମାଲାକାର, ଡା ରବୀନ୍ଦ୍ର କୁମାର ପାଢୀ, ଡା ସୁଜିତ କୁମାର ବେହେରା, ଡା ଅନୀସ,ଡା ମମତା ମହାନ୍ତି, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଷଣ୍ଢ, ସୁକାନ୍ତ ରାଉତ, ଯୁବ ସାମ୍ବାଦିକ କେଶବ ପାଣି, ସତ୍ୟଜିତ ରାଉତ, ଅର୍ଜୁନ ସାହୁ, ଶବର ସାଥି ଋତୁରାଣୀ ସାସମଲ,ଅଭିନେତ୍ରୀ ପୁଷ୍ପା ପଣ୍ଡା,ବିଏମସି ୮ନ° ଓ୍ବାର୍ଡ ଅଧିକାରୀ ବୈଷ୍ଣବ ଚନ୍ଦ୍ର ସାହୁ, ସୁପରଭାଇଜର ବିଜୟ କୁମାର ବେହେରା, ପର୍ଶୁରାମ ଘଡେଇ, ବିଏମସି କର୍ମଚାରୀ ବିଭୂତି ଭୂଷଣ ହାତୀ,ଓ କର୍ତ୍ତା ରମେଶ ଚନ୍ଦ୍ର ବାରିକ ପ୍ରମୁଖଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.