banner
Breaking

ଚନ୍ଦ୍ରଶେଖରପୁର ଡିଷ୍ଟ୍ରିଟ ସେଣ୍ଟର ଓନର୍ସ ଆସୋସିଏସନର ନିଆରା ଦୁର୍ଗାପୂଜା। କୁମାରୀ ପୂଜାକୁ ଗୁରୁତ୍ୱ।

0

ଭୁବନେଶ୍ୱର,୨୨/୯(ଓଡ଼ିଆ ନ୍ୟୁଜ): ଚଳିତ ବର୍ଷ ମାଁ ଙ୍କ ଆଗମନକୁ ନେଇ ରାଜଧାନୀ ବାସିଙ୍କ ମନରେ ଉତକଣ୍ଠା ଜାତ ହେଲାଣୀ । କେଉଁ ପୂଜା କମିଟି କିପରି ପୂଜାର ଆୟୋଜନ କରୁଛନ୍ତି । କିଏ ତୋରଣ ରେ ଆଗରେ ରହିବାକୁ ଚେଷ୍ଟା କରୁଥିବା ବେଳେ କିଏ ମାଁ ଙ୍କ ମୂର୍ତ୍ତିକୁ ନେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବାକୁ ବସିଛନ୍ତି ।ଏହି ଅବସରରେ ଡିଷ୍ଟ୍ରିଟ ସେଣ୍ଟର ଓନର୍ସ ଆସୋସିଏସନ ନିଜର ୧୨ତମ ବର୍ଷ ପୂଜା ମହୋତ୍ସବକୁ ସମ୍ପୁର୍ଣ୍ଣ ଭିନ୍ନ ଭାବେ ଆକର୍ଷଣ କରିବାକୁ ଚେଷ୍ଟା କରିଛି ।ଏହି ଆସୋସିଏସନ ର କର୍ମକର୍ତ୍ତା ମାନେ ଚଳିତ ବର୍ଷ କୁମାରୀ ପୁଜାକୁ ଗୁରୁତ୍ୱ ଦେଇଛନ୍ତି ।ଆସୋସିଏସନର କର୍ମର୍କା ମାନେ ବର୍ତ୍ତମାନର ବଜାର ମାନ୍ଦା ଅବସ୍ତାକୁ ଗୁରୁତ୍ୱର ଦେଇ ସ୍ୱଳ୍ପ ଖର୍ଚ୍ଚରେ ପୂଜାକୁ ନିରାଡମ୍ବରରେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି । ଏଥିପାଇଁ ମାତ୍ର ୫ଲକ୍ଷ ଟଙ୍କା ବେୟ ଅଟକଳ ରଖିଛନ୍ତି ।ରବିବାର ସାମ୍ବାଦିକ ସମିଳନୀ ରେ ଦେଇଥିବା ସୁଚନା ମୁତାବକ ଚଳିତ ବର୍ଷ ମାଁଙ୍କର ମୃଣ୍ମୟ ମୂର୍ତ୍ତି ୧୬ ଫୁଟ ଓ ମେଢ ଚାରି ଫୁଟ ,ତୋରଣ ଚଉଡା ୭୦ ଫୁଟ ,ଉଚତା ୫୦ ଫୁଟ ରଖିଛନ୍ତି । ତୋରଣ ରେ ପଞ୍ଜାବ ର ଏକ ପୁରାତନ ଗ୍ରନ୍ଥପିଠ ର ପ୍ରତିଛବି ରଖିଛନ୍ତି ।ସମସ୍ତ ପୂଜା କମିଟି ଠାରୁ ଏଠାରେ ପୂଜା ନିତି ସମ୍ପୁର୍ଣ୍ଣ ଅଲଗା ଏଠାରେ ମାଁ ଙ୍କ ଘଟ ସ୍ଥାପନ ପାଇଁ ସୁଭ ମାଟି ଅନୂକୁଳ ସମୟରେ ଜଣେ ମୁସଲମାନଙ୍କ ଘରୁ ଶୁଭ କଳସ ବାହାରିଥାଏ ।

ପୂଜା କାର୍ଯ୍ୟରେ ହିନ୍ଦୁ, ମୁମଲମାନ,ଖ୍ରୀଷ୍ଟିଆନ ଇତ୍ୟାଦି ସର୍ବଧର୍ମର ଲୋକେ ସାମିଲ ହୋଇଥାନ୍ତି ।ଏହି ପୂଜା କମିଟିରେ କୁମାରୀ ପୂଜା ଏକ ନିଆରା ପରମ୍ପରା । ନବମୀ ଦିନ ୯ ଜଣ କୁମାରୀଙ୍କୁ ମାଁ ଙ୍କ ବେଶରେ ସଜାଯାଇ ପିଠରେ ବଶାଜାଇ ପୂଜା ଅର୍ଚନା କରାଯାଏ ।ଆସୋସିଏସନର ସଭାପତି ପ୍ରକାଶ କୁମାର ବିଜୁଳିଙ୍କ କହିବା ମୁତାବକ ଚଳିତ ବର୍ଷ ପୂଜାରେ କାହାଠାରୁ ଚାନ୍ଦା ଆଦାୟ ନକରାଯିବା ସହ ସମ୍ପୁର୍ଣ୍ଣ ପୂଜା ସ୍ଥଳକୁ ପ୍ଲାଷ୍ଟିକ ଓ ସବ୍ଦ ପ୍ରଦୁଷଣ ମୁକ୍ତ ରଖାଯିବ ।ଆସୋସିଏସନର ସମ୍ପାଦକ ସତ୍ୟ ନାରାୟଣ ମହାନ୍ତି ଓ ବାର୍ତ୍ତା ସମ୍ପାଦକ ବିରି ନାରାୟଣ ଷଣ୍ଢ ଙ୍କ କହିବା ମୁତାବକ ମାଁ ଙ୍କ ପୂଜା ରୀତିନୀତି ଅନୁଯାୟୀ ଠିକ ସମୟରେ ହେବା ସହ ସମଗ୍ର କଲୋନି ବାସିନ୍ଦାଙ୍କୁ ଲଡୁ ବଣ୍ଟନ କରାଯିବ। ସୁରକ୍ଷା ପାଇଁ ୬୦ ଜଣଙ୍କୁ ନିୟୋଜିତ କରାଯିବ। ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଷଷ୍ଠି ଓ ସପ୍ତମି ରେ ଭଜନ ସମାରୋହ ଦଶମୀରେ ରେକଡ ଡ୍ୟନ୍ସ କାର୍ଯ୍ୟକ୍ରମ ମନୋରଞ୍ଜନ ପାଇଁ ରଖା ଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.