banner
Breaking

ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ।

0

ଭୁବନେଶ୍ୱର,୧୧/୮(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ଆବାସିକ ସଙ୍ଘ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ତିଥିରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ ହୋଇଯାଇଛି।

ଆବାସିକ ସଙ୍ଘର ମୁଖ୍ୟ ଉପଦେଷ୍ଟା ତଥ ବରିଷ୍ଠ ଆଇନଜୀବୀ ମନମୋହନ ପଟ୍ଟନାୟକଙ୍କ ନେତୃତ୍ବରେ ଆଜି ବିନା ଆଡମ୍ବରରେ କୁଆଖାଇ ନଦୀ ପଠାରୁ ସାମାଜିକ ଦୂରତା ରଖି ପୂଜାର୍ଚ୍ଚନା କରାଯାଇ ମାଟି ଉଠାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆବାସିକ ସଙ୍ଘର ସଭାପତି ଶ୍ରୀଧର ସାହୁ, ସମ୍ପାଦକ ଦେବେନ୍ଦ୍ର ପାତ୍ର, ଅରୁଣ ଦେ,ହରିହର ଦାସ,ଦୟାନିଧି ସ୍ବାଇଁ, ସୁମନ୍ତ ତୁଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଚନ୍ଦ୍ରଶେଖରପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ମଧ୍ୟ ମାଟି ଅନୁକୂଳ କରାଯାଇଛି। ଏଥିରେ କର୍ତ୍ତା ଭାବେ ବରିଷ୍ଠ ନାଗରିକ ସଙ୍ଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ମଧୁମାଧବ ଜେନା ପୂଜାର୍ଚ୍ଚନା ପରେ ମାଟି ଉଠାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି ସୁରେଶ ମହାପାତ୍ର, ସମ୍ପାଦକ ଗୋଲକ ରାଉତ ଓ କୋଷାଧ୍ୟକ୍ଷ ସୁନୀଲ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

କରୋନା ମହାମାରୀ କମିବାର ନା ଧରୁନାହିଁ। ଚଳିତ ବର୍ଷ ଦୁର୍ଗାପୂଜା ହେବକି ନାହିଁ ସନ୍ଦେହ ଭିତରେ ରହିଛି। ସରକାରଙ୍କ ପକ୍ଷରୁ କଟକଣା ଜାରି ରହିଛି। ତଥାପି ବିଧି ରକ୍ଷା କରିବା ପାଇଁ ମା ଙ୍କ ପୂଜା କରିବାକୁ ପଡିବ। ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଯାହା ନିଷ୍ପତ୍ତି ନିଆଯିବ ତାକୁ ମାନି ପୂଜା କରାଯିବ ବୋଲି କର୍ମକର୍ତ୍ତା ମାନେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.