banner
Breaking

ସିବିଏସଇ ପରୀକ୍ଷାରେ ଡୁନ୍ ଇଣ୍ଟରନ୍ୟାସନାଲ୍ ସ୍କୁଲର ସଫଳତା

0

ଭୁବନେଶ୍ୱର,- ସିବିଏସଇ ଦଶମ, ଦ୍ୱାଦଶ ଫଳ ପ୍ରକାଶ ପାଇଛି । ଏଥିରେ ଡୁନ ଇଣ୍ଟରନ୍ୟାସନାଲ ସ୍କୁଲ ଶତପ୍ରତିଶତ ସଫଳତା ହାସଲ କରିଛି । ଦ୍ୱାଦଶ ଓ ଦଶମ ଶ୍ରେଣୀରେ ସର୍ବମୋଟ ୪୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି । ଦ୍ୱାଦଶ ଶ୍ରେଣୀରେ ଅନୁଧ ମିଶ୍ର ଓ ଶ୍ରୀୟାସ ନାୟକ ୯୮.୨ ପ୍ରତିଶତ ନମ୍ବର ରଖି ଯୁଗ୍ମ ଟପର୍ ହୋଇଥିବା ବେଳେ ୧୨୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ସେହିପରି ଦଶମ ଶ୍ରେଣୀରେ ସୌରଭ ସ୍ୱାଗତ ସ୍ୱାଇଁ, ମାନସୀ ସିଂ ଓ ଇପସିତ୍ ପ୍ରିୟଦର୍ଶୀ ତ୍ରୟୋ ଟପର ହୋଇଥିଲାବେଳେ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହାସଲ କରିଛନ୍ତି । ସ୍କୁଲର ଚେୟାରମ୍ୟାନ ଶରତ ଚନ୍ଦ୍ର ରାଉତରାୟ ଓ ଅଧ୍ୟକ୍ଷ ଅରୁଣ କୁମାର ପତି ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.