banner
Breaking

ଡିଜିଟାଲ ମାଧ୍ୟମରେ ଡ୍ରାଗଭିଙ୍ଗ ଟେଷ୍ଟ

0

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଡ୍ରାଇଭିଂ ଲାଇସେନ୍ସ କରିବାକୁ ହେଲେ ଆମକୁ ପ୍ରଥମେ ଜଣେ ଇନ୍‌ସ୍ପେକ୍ଟରଙ୍କ ଉପସ୍ଥିତିରେ ଡ୍ରାଇଭିଂ ସ୍କିଲ୍‌ ଟେଷ୍ଟ ଦେବାକୁ ପଡୁଥିଲା। ବର୍ତ୍ତମାନ କ୍ୟାମେରା, ସେନ୍ସର ଏବଂ କମ୍ପ୍ୟୁଟର ଦ୍ୱାରା ଡ୍ରାଇଭିଂ ଟେଷ୍ଟ ନିଆଯିବ ଅର୍ଥାତ୍‌ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଡିଜିଟାଲ ହେବ। ଓଡିଶା ପରିବହନ ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ଏହି ଡ୍ରାଇଭିଂ ଟେଷ୍ଟ ସିଷ୍ଟମକୁ ଲାଗୁ କରାଯିବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ଡ୍ରାଇଭିଂ ଟେଷ୍ଟ ସିଷ୍ଟମ୍‌ (ଏଡିଟିଏସ୍‌) ପ୍ରତିଷ୍ଠା କରାଯାଉଛି। ପ୍ରଥମେ ୧୯ଟି ଆର୍‌ଟିଓରେ ଡ୍ରାଇଭିଂ ପରୀକ୍ଷଣ ଟ୍ରାକ୍‌ରେ ଏଡିଟିଏସ୍‌ ସ୍ଥାପନ କରାଯିବ। ଭିଡିଓ ଆନାଲିଟିକ୍ସ ଟେକ୍ନୋଲୋଜି ଏବଂ କ୍ୟାମେରା ବ୍ୟବହାର କରି ଏହି ସିଷ୍ଟମରେ ଏକ ଅତ୍ୟାଧୁନିକ ସେଟ୍‌ଅପ୍‌ ପ୍ରଦର୍ଶିତ ହେବ। ଯାନଗୁଡିକର ପ୍ରବେଶଠାରୁ ଆରମ୍ଭ କରି ଏହାର ଯାଞ୍ଚ ଏବଂ ଡ୍ରାଇଭିଂ ପରୀକ୍ଷା ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ୍‌ ମାଧ୍ୟମରେ ସମ୍ପାଦିତ ହେବ। ଟ୍ରାକ୍‌ରେ ଫିଟ୍‌ ହୋଇଥିବା ଡିଜିଟାଲ୍‌ ସେନ୍ସରଗୁଡିକ ଏହା ଉପରେ ନଜର ରଖିବ ଏବଂ ଆବେଦନକାରୀଙ୍କ ଡ୍ରାଇଭିଂ ଦକ୍ଷତା ଉପରେ ବିଚାର କରିବ। ଏକାଧିକ କ୍ୟାମେରା ସହିତ ବୈଜ୍ଞାନିକ ଭାବରେ ପରିକଳ୍ପିତ ସିଷ୍ଟମକୁ ଆବେଦନକାରୀଙ୍କ ଅତ୍ୟାବଶ୍ୟକ ଡ୍ରାଇଭିଂ ସ୍କିଲ୍‌ ମୂଲ୍ୟାଙ୍କନ କରିବାକୁ ରଖାଯିବ। ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ଦକ୍ଷ ଏବଂ ସ୍ବଚ୍ଛ ପରୀକ୍ଷଣ ପାଇଁ ଉନ୍ନତ ପ୍ରଶିକ୍ଷଣ ପଦ୍ଧତି ରାଜ୍ୟର ସଡକ ଦୁର୍ଘଟଣା ହ୍ରାସ କରିବାରେ ସହାୟକ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.